ଯାଜପୁର ବିଂଝାରପୁର ଅଞ୍ଚଳର କୁନି ଝିଅ ପିହୁ ନିଖୋଜ ଘଟଣା, ୬ ବର୍ଷ ହେଲା ମିଳୁନି ପତ୍ତା

Advertisment

ଖୁବ୍ ଶୀଘ୍ର ଖୋଜିବା ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ରଙ୍କ ପ୍ରତିକ୍ରିୟା ।

ଖୁବ୍ ଶୀଘ୍ର ଖୋଜିବା ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ରଙ୍କ ପ୍ରତିକ୍ରିୟା ।

ପିହୁକୁ ଖୋଜିବେ ସରକାର!

ପିହୁକୁ ଖୋଜିବେ ସରକାର! Photograph: (KanakNews)

କନକ ବ୍ୟୁରୋ: ଯାଜପୁର ବିଂଝାରପୁର ଅଞ୍ଚଳର କୁନି ଝିଅ ପିହୁ ନିଖୋଜ ଘଟଣା । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଯାଜପୁର ଗସ୍ତ ସମୟରେ ସେ କହିଛନ୍ତି, ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ନେଇ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଆଗାମୀ ଦିନରେ ତାକୁ ରୂପରେଖ ଦେବାପାଇଁ ଆୟୋଗର ତତ୍ପରତା ରହିବ। ପିହୁକୁ ଖୋଜିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ ସରିଛି ବୋଲି ସେ କହିଛନ୍ତି । ଅନ୍ୟପଟେ ପିହୁ ନିଖୋଜ ଘଟଣାକୁ ଏହାରି ଭିତରେ ୬ ବର୍ଷ ହେଲାଣି ।

ହେଲେ ଏପର୍ଯ୍ୟନ୍ତ ପିହୁର କୌଣସି ପତ୍ତା ମିଳିନାହିଁ । ପିହୁର ମା’ ମୋନାଲିସା ଏନେଇ ରାଜ୍ୟ ସରକାରଙ୍କଠୁ ଆରମ୍ଭ କରି ରାଜ୍ୟ ପୋଲିସ ବିଭାଗ, କ୍ରାଇମବ୍ରାଞ୍ଚର ସସଯୋଗ ଲୋଡିଛନ୍ତି । କିନ୍ତୁ ସବୁ କ୍ଷେତ୍ରରେ ନିରାଶ ହୋଇଛନ୍ତି । ନୂଆ ସରକାର ଆସିବା ପରେ ନିଖୋଜ ଶିଶୁ ପିହୁର ତଦନ୍ତ ପାଇଁ ଚଳିତ ମାସରେ ପିହୁଙ୍କ ମା’ ମୋନାଲିସା ଯାଜପୁର ଜିଲ୍ଲାପାଳଙ୍କ ଅଫିସରେ ଧାରଣା ଦେଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe