ଖରା ଦିନ ନ ଆସୁଣୁ ଏବେଠାରୁ ହିଁ ଗରମ , ଗୁଳୁଗୁଳିର ପବନ ବହିବା ଆରମ୍ଭ ହୋଇଗଲାଣି । ଆଉ କିଛି ଦିନ ପରେ ବାହାରକୁ ବାହାରିବା କଷ୍ଟକର ହୋଇପଡିବ । ଇଲେକ୍ଟ୍ରି ଫର୍ଣ୍ଣିଚର ଦୋକାନ ଆଗରେ ଏସି , କୁଲର୍ ନେବା ପାଇଁ ଲୋକଙ୍କ ଗହଳି ଜମିବ । ଆଉ ଏଭଳି ସମୟରେ ଦାଉ ସାଧିବ ବିଦ୍ୟୁତ୍ କାଟ୍ । ଖରାଦିନରେ କେତେ ଥର କରେଣ୍ଟ୍ ଯାଏ ତାହା କାହାକୁ ବା ଅଛପା , ଏଭଳି ପରିସ୍ଥିତିରେ ଏସି , କୁଲର୍ , ସ୍ପିଡ୍ ଫ୍ୟାନ୍ ଯେତେ ଲଗାଇଲେ ବି କିଛି କାମ କରିବନାହିଁ । କିନ୍ତୁ ଏମିତି ଏକ କୁଲର୍ ଅଛି ଯାହା ବିଜୁଳି ଗଲେ ବି ଆପଣଙ୍କୁ କୁଲରର ଥଣ୍ଡା ପବନ ଦେବାସହ ଘରର ଅନ୍ଧାରକୁ ବି ଦୂର କରିବ କହିଲେ କ’ଣ ଆପଣ ବିଶ୍ବାସ କରିବେ ? 

Advertisment
cooler
cooler Photograph: (google)

ଭୀଷଣ ଗରମରୁ ତ୍ରାହି ପାଇବା ପାଇଁ ଲୋକେ କୁଲର୍ କିମ୍ବା ଏୟାର୍ କଣ୍ଡିସନର୍ (ଏସି) ର ବ୍ୟବହାର କରୁଛନ୍ତି । ଏସିରେ ବିଜୁଳୀ ବିଲ୍ ମଧ୍ୟ ଅଧିକ ଆସିଥାଏ ଏବଂ କୁଲର୍ ରେ ପାଣି ଅଧିକ ଲାଗିଥାଏ । ଏଭଳି ସ୍ଥିତିରେ ଯେଉଁ ଘରେ ପାଣିର ଅଭାବ ଦେଖାଯାଏ ସେମାନେ କୁଲର୍ ବି ଠିକ୍ ରେ ବ୍ୟବହାର କରିପାରନ୍ତି ନାହିଁ । ଏଭଳି ଲୋକଙ୍କ ପାଇଁ ପିଜନ୍ କମ୍ପାନୀ ଏଭଳି ଏକ କୁଲର୍ ବାହାର କରିଛି ଯାହା ଉଭୟ ବିଜୁଳୀ ଏବଂ ପାଣି ସେଭିଙ୍ଗ୍ କରିବ ।

cooler 22
cooler 22 Photograph: (google)

ଏହି କୁଲରର ନାଁ ପିଜିଅନ୍ କୁଲର୍ । ଏହାର ଅନଲାଇନ୍ ମୂଲ୍ୟ ୭ ହଜାର ଟଙ୍କାରୁ ବି କମ୍ ରହିଛି । ଏହି କୁଲର୍ ଫୁଲ୍ ସାଇଜ୍ ଟେବୁଲ୍ ଫ୍ୟାନ୍ ଭଳି ଯେଉଁଥିରେ ୨.୫ ଲିଟର ପାଣିଟାଙ୍କି ବି ଦିଆଯାଇଛି । ଏଥିରେ ଇନ୍ – ବିଲ୍ଡ ରିଚାର୍ଜବେଲ୍ ବ୍ୟାଟେରୀ ଦିଆଯାଇଛି । ଯାହା ୫ ଘଣ୍ଟାରେ ଫୁଲ୍ ଚାର୍ଜ ହୋଇ ୯ ଘଣ୍ଟାର ବ୍ୟାକଅପ୍ ଦେଇଥାଏ । ଏହାର ଅର୍ଥ ବିନା ଲାଇଟରେ ବି ଏହି କୁଲରକୁ ପୁରା ରାତି ଆପଣ ଚଲାଇପାରିବେ । ରିମୋଟ୍ କଣ୍ଟ୍ରୋଲ୍ ରେ କଣ୍ଟ୍ରୋଲ୍ ହେଉଥିବା ଏହି କୁଲରରେ ରେଡିଏଣ୍ଟ୍ ଏଲଇଡି ଲାଇଟ୍ ଦିଆଯାଇଛି ଯାହା ନାଇଟ୍ ଲ୍ୟାମ୍ପ୍ ର ବି କାମ କରିଥାଏ । କମ୍ପାନୀ କୁଲର୍ ଉପରେ ୧ ବର୍ଷ ୱାରେଣ୍ଟି ମଧ୍ୟ ଦେଇଥାଏ । ୩ ସ୍ପିଡ୍ ମୋଡ୍ ସହ ଆସୁଥିବା ଏହି କୁଲର୍ ୨୦୦ ବର୍ଗଫୁଟ୍ କୋଠରୀକୁ ଥଣ୍ଡା କରିଥାଏ । ଅନ୍ୟ କୁଲର୍ ମାନଙ୍କରେ ପ୍ରତିବର୍ଷ ୨ ଥର ଲେଖାଁଏ ଭିତରର ଶୁଖିଲା ଘାସକୁ ବଦଳାଇବାକୁ ପଡ଼ିଥାଏ କିନ୍ତୁ ଏହି କୁଲରରେ ହନି କମ୍ବ ପେଡ଼୍ ଦିଆଯାଇଛି ଯେଉଁକାରଣରୁ ଏହା ଅଧିକ ସମୟ ଧରି ଥଣ୍ଡା ରହିବା ସହ ଖରାପ ମଧ୍ୟ ହୁଏନାହିଁ ।