Photograph: (KANAKNEWS)
କନକବ୍ୟୁରୋ : ବର୍ଷାଦିନେ ବିଭିନ୍ନ ସ୍ଥାନରୁ ଆସୁଛି ଶୋଚନୀୟ ରାସ୍ତାର ଦୃଶ୍ୟ। କେଉଁଠି ଖାଲଖମା ତ କେଉଁଠି ଜମି ରହୁଛି ପାଣି । ସ୍ଥିତି ଏପରି ହେଲାଣି ଯେ ରାସ୍ତାରେ ଗାଡ଼ି ଚଳାଚଳ କରିବା ତ ଦୂରର ତଥା, ଚାଲିବା ବି କଷ୍ଟକର । ଆମେ ଆପଣଙ୍କ ସାମ୍ନାରେ ତିନୋଟି ଦୃଶ୍ୟ ରଖିବାକୁ ଯାଉଛୁ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା, ଯାଜପୁରର ବରୀ ଓ କେନ୍ଦ୍ରାପଡ଼ାର ମହାକାଳପଡ଼ାରୁ ଆସିଛି ନିମ୍ନମାନର ରାସ୍ତାର କିଛି ଦୃଶ୍ୟ । ତେବେ କପ୍ତିପଦାରୁ ଯେଉଁ ଚିତ୍ର ଆସିଛି, ତାହା ଅତି ଦୟନୀୟ। ରାସ୍ତାରେ କାଦୁଅ ପଚପଚ ।
ରାସ୍ତାଟି ଯିବାଆସିବା ଯୋଗ୍ୟ ନହେବାରୁ ଚାଷୀ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। କାଦୁଅ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କରିଛନ୍ତି ଚାଷୀ । ସେହିପରି ମହାକାଳପଡ଼ାରୁ ଆସିଛି ସମାନ ଚିତ୍ର । ଦଶମଉଜି ସେତୁ ନିକଟରୁ ବଡକୁଳ ମାଉଣ୍ଟ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ବଡ଼କୁଳ ମାଉଣ୍ଟ ନିକଟରେ ପ୍ରାୟ ୫୦ମିଟର ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି । ଫଳରେ ଏବେ ବଡ ବଡ ଖାଲଖମା ସୃଷ୍ଟିହୋଇ ବର୍ଷା ପାଣି ଜମି ରହିଛି ସ୍ଥାନୀୟ ଅଂଚଳର ଲୋକମାନଙ୍କ ଯାତାୟତରେ ସମସ୍ୟା ସୃଷ୍ଟି କରୁଛି। ସେହିପରି ଯାଜପୁର ଜିଲ୍ଲା ବରୀରେ ନିମ୍ନ ମାନର ନିର୍ମାଣ କାର୍ଯ୍ୟକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଆଉ ଅଭିଯୋଗ କରିଛନ୍ତି ଏଠି ଠିକାଦାର ଲାଲେଲାଲ ରାସ୍ତାର ହାଲ ବେହାଲ୍ ।
Follow Us