୫୦ଫୁଟ ତଳକୁ ଖସିଲା ପିକନିକ୍ ବସ୍ ; ୨ ମୃତ, ୩୫ ଆହତ

ନୟାଗଡ଼ ଖଣ୍ଡିସ ଛକରେ ଦୁର୍ଘଟଣା ।  ପୋଲରୁ ୫୦ ଫୁଟ୍ ତଳକୁ ଖସିଲା ପିକନିକ ବସ୍‌ ।  ୨ ମୃତ ୩୫ରୁ ଅଧିକ ଯାତ୍ରୀ ଆହତ । ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ସନ୍ଦେହ।

ଅଦ୍ୟତନ ହୋଇଛି
17bnus

କନକ ବ୍ୟୁରୋ: ପୋଲ ତଳକୁ ଖସିପଡ଼ିଲା ପିକନିକ ବସ୍ । ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ପାଖାପାଖି ୫୦ ଫୁଟ ତଳକୁ ବସଟି ଖସିପଡ଼ିଛି । ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । 

ସୂଚନା ଅନୁସାରେ , ଖଣ୍ଡପଡ଼ା ଗୁଣ୍ଠୁଣି ଗାଁରୁ ପାଖାପାଖି ୪୦ରୁ ଅଧିକ ଲୋକ ପିକନିକ ପାଇଁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିଲେ । ରଣପୁର ଥାନା ଅନ୍ତର୍ଗତ ଖଣ୍ଡିସ ଛକରେ ଏଭଳି ଦୁର୍ଘଟଣା ଘଟିଛି । ବ୍ରିଜ ତଳକୁ ବସଟି ଖସିପଡ଼ିବାରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ରଣପୁରରୁ ଚାନ୍ଦପୁର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ପିଡବ୍ଲୁଡି ରାସ୍ତା ସମ୍ପ୍ରସାରଣ କରିଥିବା ବେଳେ ସେହି ବ୍ରିଜର କାମ ସମ୍ପ୍ରସାରଣ  ହୋଇନାହିଁ । ବସଟି ଘନ କୁହୁଡ଼ି ଏବଂ ବ୍ରିଜ ପାଖରେ ଟର୍ଣ୍ଣିଂ ଥିବାରୁ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe