କନକ ବ୍ୟୁରୋ: ପୋଲ ତଳକୁ ଖସିପଡ଼ିଲା ପିକନିକ ବସ୍ । ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ପାଖାପାଖି ୫୦ ଫୁଟ ତଳକୁ ବସଟି ଖସିପଡ଼ିଛି । ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ , ଖଣ୍ଡପଡ଼ା ଗୁଣ୍ଠୁଣି ଗାଁରୁ ପାଖାପାଖି ୪୦ରୁ ଅଧିକ ଲୋକ ପିକନିକ ପାଇଁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିଲେ । ରଣପୁର ଥାନା ଅନ୍ତର୍ଗତ ଖଣ୍ଡିସ ଛକରେ ଏଭଳି ଦୁର୍ଘଟଣା ଘଟିଛି । ବ୍ରିଜ ତଳକୁ ବସଟି ଖସିପଡ଼ିବାରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ରଣପୁରରୁ ଚାନ୍ଦପୁର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ପିଡବ୍ଲୁଡି ରାସ୍ତା ସମ୍ପ୍ରସାରଣ କରିଥିବା ବେଳେ ସେହି ବ୍ରିଜର କାମ ସମ୍ପ୍ରସାରଣ ହୋଇନାହିଁ । ବସଟି ଘନ କୁହୁଡ଼ି ଏବଂ ବ୍ରିଜ ପାଖରେ ଟର୍ଣ୍ଣିଂ ଥିବାରୁ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/10/hEiniwaZteNtdclMgQm7.jpg)