କନକ ବ୍ୟୁରୋ: ଭଦ୍ରକରେ ଓଲଟିଲା ଗୋରୁ ବୋଝେଇ ପିକଅପ ଭ୍ୟାନ । ପୋଲିସ ପିଛା କରିବା ସମୟରେ ଅଶୁରାଳୀ ନିକଟରେ ଓଲଟିଲା ଭ୍ୟାନ୍ । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଧାମନଗରରୁ ୧୫ରୁ ଅଧିକ ଗୋରୁ ନେଇ ଭଦ୍ରକ ଯାଉଥିଲା ଭ୍ୟାନ । ୧୫ରୁ ଅଧିକ ଗୋରୁ ଚାଲାଣ କରାଯାଉଥିବା ବେଳେ କିଛି ଗୋରୁଙ୍କ ମୃତ୍ୟୁ ହୋଇଛି । ସେପଟେ ହଳଦୀଡ଼ିହି ନିକଟରେ ମଧ୍ୟ ଗୋରୁ ଚାଲାଣ ବେଳେ ଚଢ଼ାଉ କରିଛି ପୁଲିସ । ଆମ୍ବୁଲାନ୍ସରେ ୬ଟି ଗୋରୁ ନେଇ ଯିବା ବେଳେ ପୁରୁଣାବଜାର ପୁଲିସ ଗାଡ଼ି ଜବତ କରିଛି । ସମସ୍ତ ଗୋରୁଙ୍କୁ ଉଦ୍ଧାର କରାଯାଇଛି ।