କନକ ବ୍ୟୁରୋ: ଦୁର୍ଘଟଣା ପରେ ସାଇକେଲ ଆରୋହୀଙ୍କ କଟା ହାତ ନେଇ ପଳାଇଲା ପିକ୍‌ଅପ୍‌ ଡ୍ରାଇଭର । ଗୁରୁତର ସାଇକେଲ ଆରୋହୀ ଗୁରୁଦାସପୁର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କୁ ଡାକ୍ତରଖାନା ପଠାଇଲେ ସ୍ଥାନୀୟ ଲୋକେ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଗୁରୁଦାସପୁର ବ୍ରିଜ ନିକଟରେ ।  ଗୁରୁଦାସପୁର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ସାଇକେଲରେ ଆସୁଥିବାବେଳେ ଧକ୍କା ଦେଇଥିଲା ପିକ ଅପ । ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ହାତ କଟି ପିକ ଅପ ରେ ରହିଯାଇଥିଲେ ମଧ୍ୟ ଡ୍ରାଇଭର କଟା ହାତ ନେଇ ପାଖାପାଖି ୨୦ କିଲୋମିଟର ରାଇବଣିଆ ଥାନା ପୁରୁଣା ପାଣି ନିକଟରେ ପହଞ୍ଚିଥିଲା । ପରେ ଗାଡିରୁ ରକ୍ତ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଅଟକ ରଖି ପୋଲିସ କୁ ଖବର ଦେଇଥିଲେ । ପୋଲିସ ଡ୍ରାଇଭର ସନିଆ ମଲ୍ଲିକଙ୍କୁ ଅଟକ ରଖିବା ସହିତ ଘଟଣାର ତଦନ୍ତ କରୁଛି ।  ଆହତ ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କ ଅବସ୍ଥା ଶୋଚନୀୟ ହୋଇପଡିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।