କନକ ବ୍ୟୁରୋ: କିଟ୍ ଇଣ୍ଟରନ୍ୟାସନାଲ ସଂସ୍କାର ଯଦାର୍ଥ ବିଜ୍ଞାନ ଅଧ୍ୟାପକ ଡ. ବିକାଶ ରଞ୍ଜନ ମହାପାତ୍ର, ଏମଜିୟୁ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ଉଚ୍ଚକୋଟୀର ସନ୍ଦର୍ଭ ଲେଖ୍ ଡକ୍ଟରେଟ୍ ଡିଗ୍ରୀ ପାଇଁ ବିବେଚିତ ହୋଇଛନ୍ତି। ତାଙ୍କ ସନ୍ଦର୍ଭଟି ଦେଶ ଓ ଦେଶ ବାହାରେ ଉଚ୍ଚପ୍ରଶଂସିତ ହୋଇଛି। ସେ ଜଣେ ଜଣାଶୁଣା ପଦାର୍ଥ ବିଜ୍ଞାନ ଅଧ୍ୟାପକ ଓ ନିଜର ଅଧ୍ୟାପନା ସମୟରେ ଅନେକ ଡାକ୍ତର ଓ ଇଞ୍ଜିନିୟର ଛାତ୍ରଛାତ୍ରୀଙ୍କୁ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ପାଇଁ ସାହାଯ୍ୟ କରିଛନ୍ତି। ସେ ସ୍ୱର୍ଗତ ଭୋଳାନାଥ ମହାପାତ୍ର ଓ ସୁଲୋଚନା ମହାପାତ୍ରଙ୍କର ସୁପୁତ୍ର ଓ ତାଙ୍କର ସହଧର୍ମିଣୀ ଡା. ଭାରତୀ ଦାସ ଜଣେ ସ୍ବନାମଧନ୍ୟା ଶିଶୁରୋଗ ଓ ଶିଶୁ ହୃଦରୋଗ ବିଶେଷଜ୍ଞା। ସେ ଭାରତର ମେରଟସ୍ଥିତ ପ୍ରସିଦ୍ଧ ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ର. ସତୀଶ୍ କୁମାରଙ୍କର ତତ୍ତ୍ୱାବଧାନରେ ଗବେଷଣା କରୁଥିଲେ । ସେ ତାଙ୍କର ଏହି ସଫଳତା ପାଇଁ ଅନୁଷ୍ଠାନର ନିର୍ଦେଶକ ଡ. ସଞ୍ଜୟ କୁମାର ସୁଅର, ଚେୟାରମ୍ୟାନ ଡ. ମୋନାଲିସା ବଳ, ସଂଯୋଜକ ସୋନିରଥ ଓ ସହଯୋଗୀ ଶିକ୍ଷକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଛାତ୍ରଛାତ୍ରୀମାନେ ସବୁଠାରୁ ବଡ଼ ସମ୍ପଦ ବୋଲି କହିଛନ୍ତି । ତାଙ୍କର ସନ୍ଦର୍ଭ “Optuelectronic dexices (Solar Cell)" ଉପରେ ଆଧାରିତ ।