କନକ ବ୍ୟୁରୋ: ମା’ ମଙ୍ଗଳାଙ୍କ ଦର୍ଶନରୁ ବଞ୍ଚିତ ହେଲେ ଦିବ୍ୟାଙ୍ଗ ଭକ୍ତ । କାକଟପୁର ମା’ଙ୍କ ମନ୍ଦିରକୁ ପ୍ରତ୍ୟେକ ଦିନ ଶତାଧିକ ଭକ୍ତ ଆସିଥାନ୍ତି । ଭକ୍ତମାନେ ମା’ଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରି ଆନନ୍ଦ ମନରେ ଫେରିଥାନ୍ତି ।। ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥା କରାଯାଇଥାଏ। କିନ୍ତୁ ନିକଟରେ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ମା’ ମଙ୍ଗଳାଙ୍କୁ ଦର୍ଶନ କରିବାକୁ ଆସିଥିବା ଜଣେ ମହିଳା ଭିନ୍ନକ୍ଷମ ଭକ୍ତ ହ୍ୱିଲ ଚେୟାରରେ ଆସିଥିବା ବେଳେ ମା’ ମଙ୍ଗଳାଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ । ମହିଳା ଭକ୍ତ ଜଣକ ଯାଜପୁର ଅଞ୍ଚଳର ଶ୍ୱେତପଦ୍ମା ।
ହ୍ୱିଲ ଚେୟାରରେ ଆସିଥିଲେ ବୋଲି ତାଙ୍କୁ ମନ୍ଦିର ଭିତରକୁ ଛାଡି ଦେଇନଥିଲେ ସୁରକ୍ଷାକର୍ମୀ । ପୁରୀ ଜଗନ୍ନାଥ ମନ୍ଦିରରେ ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଥିବାବେଳେ ସେହି ପୁରୀ ଜିଲ୍ଲାରେ ରହିଥିବା କାକଟପୁର ମା’ ମଙ୍ଗଳା ମନ୍ଦିରରେ ଜଣେ ଭିନ୍ନକ୍ଷମ ମହିଳାଙ୍କୁ ମନ୍ଦିର ପ୍ରବେଶ ଉପରେ କଟକଣା ଲାଗିବା ଏକ କ୍ଷଭ ର ବିଷୟ ବୋଲି କହିଛନ୍ତି ସେବାୟତ ।