କନକବ୍ୟୁରୋ : ରାଜ୍ୟର ୧୭ଟି ବିଶ୍ଵବିଦ୍ୟାଳୟରେ ବଢିଛି ଶାରୀରିକ, ମାନସିକ ଓ ଯୌନ ନିର୍ଯାତନା। ଏପରି ୧୯ଜଣ ଛାତ୍ରୀ ନିର୍ଯ୍ୟାତନାର ଶିକାର ହୋଇଛନ୍ତି । ୬ ଯୌନ ନିର୍ଯାତନା, ୯ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଓ ଦୁଇ ଛାତ୍ରୀଙ୍କ ଅଶ୍ଳୀଳ ଚିତ୍ର ବ୍ୟବହାର କରାଯାଇଛି। ଗୃହରେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ସୂଚନା ଅନୁଯାୟୀ ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନର ଗୃହ କାର୍ଯ୍ୟ । ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ । ପ୍ରଥମରୁ ଗୃହରେ ବିଜେଡି ସଦସ୍ୟମାନେ ସାର ପ୍ରସଙ୍ଗରେ ପ୍ଲାଗ କାର୍ଡ ଦେଖାଇ ନାରାବାଜି ସହ ହଟ୍ଟଗୋଳ କରିଥିଲେ।
ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନର ଗୃହ କାର୍ଯ୍ୟ । ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ ।
ପ୍ରଥମରୁ ଗୃହରେ ବିଜେଡି ସଦସ୍ୟମାନେ ସାର ପ୍ରସଙ୍ଗରେ ପ୍ଲାଗ କାର୍ଡ ଦେଖାଇ ନାରାବାଜି ସହ ହଟ୍ଟଗୋଳ କରିଥିଲେ । ପ୍ରଶ୍ନକାଳ ଆରମ୍ଭରୁ ସାର ଅଭାବ ପ୍ରସଙ୍ଗ ଉଠାଇ ନାରା ବାଜି କଲା ବିଜେଡି । ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ବିଜେଡି ବିଧାୟକମାନେ ପ୍ରତିବାଦ କରିଥିଲେ । ତେଣେ ନିଜ ନିଜ ଆସନରେ ଠିଆ ହୋଇ କଂଗ୍ରେସ ସଦସ୍ୟମାବେ ବି ପ୍ରତିବାଦ କରିଥିଲେ । ଏହାକୁ ଲକ୍ଷ୍ୟ କରି ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ ।
ପ୍ରଶ୍ନକାଳ ଆରମ୍ଭରୁ ସାର ଅଭାବ ପ୍ରସଙ୍ଗ ଉଠାଇ ନାରା ବାଜି କଲା ବିଜେଡି । ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ବିଜେଡି ବିଧାୟକମାନେ ପ୍ରତିବାଦ କରିଥିଲେ। ତେଣେ ନିଜ ନିଜ ଆସନରେ ଠିଆ ହୋଇ କଂଗ୍ରେସ ସଦସ୍ୟମାବେ ବି ପ୍ରତିବାଦ କରିଥିଲେ । ଏହାକୁ ଲକ୍ଷ୍ୟ କରି ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ ।