ବୈଦିକରେ ଫୋଟୋଗ୍ରାଫି କାର୍ଯ୍ୟଶାଳା ଅନୁଷ୍ଠିତ

ଏହି ସମାରୋହରେ ଭାରତର ରାଜଧାନୀ ନୂଆଦିଲ୍ଲୀରୁ ଫୋଟୋଗ୍ରାଫି ଜଗତର ଚର୍ଚ୍ଚିତ ନାମକରା ପ୍ରସିଦ୍ଧ ଫୋଟୋଗ୍ରାଫର ଶ୍ରୀ ଆଶିଷ ସାହୁ ଓ ତାଙ୍କ ସହଯୋଗୀ ଗଣ ଯୋଗଦାନ କରି ତାଙ୍କ ସଫଳତାର ମୂଳମନ୍ତ୍ର ଛାତ୍ରଛାତ୍ରୀ ମାନଙ୍କ ସହ ବିନିମୟ କରିଥିଲେ ଓ ଆଜିର କର୍ମଶାଳାରେ ଭବିଷ୍ୟତରେ ଫୋଟୋଗ୍ରାଫି ଉପରେ ନିଜର କ୍ୟାରିୟର ବନେଇବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଶିକ୍ଷଣ ଦେଇଥିଲେ ।

Photography workshop

Photography workshop Photograph: (Kanak News)

କନକ ବ୍ୟୁରୋ : ବୈଦିକ ଇଣ୍ଟରନେସନାଲ ସ୍କୁଲ, ପାଵପାଲି, ଶାସନରେ ବୈଦିକରେ ଦୁଇଦିନ ଧରି ହେଉଥିବା ଫୋଟୋଗ୍ରାଫି କାର୍ଯ୍ୟଶାଳା ଅତି ଆଡମ୍ବରର ସହିତ ପାଳିତ ହୋଇଯାଇଛି । ଏହି ସମାରୋହରେ ଭାରତର ରାଜଧାନୀ ନୂଆଦିଲ୍ଲୀରୁ ଫୋଟୋଗ୍ରାଫି ଜଗତର ଚର୍ଚ୍ଚିତ ନାମକରା ପ୍ରସିଦ୍ଧ ଫୋଟୋଗ୍ରାଫର ଶ୍ରୀ ଆଶିଷ ସାହୁ ଓ ତାଙ୍କ ସହଯୋଗୀ ଗଣ ଯୋଗଦାନ କରି ତାଙ୍କ ସଫଳତାର ମୂଳମନ୍ତ୍ର ଛାତ୍ରଛାତ୍ରୀ ମାନଙ୍କ ସହ ବିନିମୟ କରିଥିଲେ ଓ ଆଜିର କର୍ମଶାଳାରେ ଭବିଷ୍ୟତରେ ଫୋଟୋଗ୍ରାଫି ଉପରେ ନିଜର କ୍ୟାରିୟର ବନେଇବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଶିକ୍ଷଣ ଦେଇଥିଲେ ।

ଏହି କାର୍ଯ୍ୟଶାଳା ସୀମିତ ଅଂଶଗ୍ରହଣକାରୀଙ୍କ ପାଇଁ ହୋଇଥିବା ସତ୍ତ୍ୱେ ଓଡ଼ିଶା ତଥା ଛତିଶଗଡ଼ ରାଜ୍ୟରୁ ୨୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର ଚେୟାରମେନ ଶ୍ରୀଯୁକ୍ତ ଆନନ୍ଦ ଅଗ୍ରୱାଲ ଜୀବନ ଓ ଫୋଟୋଗ୍ରାଫି ମଧ୍ୟରେ ଥିବା ସମ୍ପର୍କ ଓ ଜଣେ କିପରି ଭାବରେ ନିଜ ବ୍ୟକ୍ତିତ୍ୱ ବିକାଶ କରିବା, ସୃଜନଶୀଳ ଚେତନା ଓ ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହେବ ଓ ଫୋଟୋଗ୍ରାଫି କର୍ମଶାଳାରୁ ବହୁତ କିଛି ଜ୍ଞାନ ଆହରଣ କରି ନିଜକୁ ସଫଳ ତଥା ସୁନାମଧନ୍ୟ ଫୋଟୋଗ୍ରାଫର ବନେଇ ପରିବ ସେ ବିଷୟରେ କହିଥିଲେ । ଆଜିର ଏହି ଫୋଟୋଗ୍ରାଫି କାର୍ଯ୍ୟଶାଳାରେ ଅଧ୍ୟକ୍ଷ ଶ୍ରୀମତୀ ଗୀତା ଧର୍ମରାଜନ, ଉପ ଅଧ୍ୟକ୍ଷ ଶ୍ରୀଯୁକ୍ତ ମୋନେନ ଈଶ୍ୱରୀଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe