କନକ ବ୍ୟୁରୋ : ବୈଦିକ ଇଣ୍ଟରନେସନାଲ ସ୍କୁଲ, ପାଵପାଲି, ଶାସନରେ ବୈଦିକରେ ଦୁଇଦିନ ଧରି ହେଉଥିବା ଫୋଟୋଗ୍ରାଫି କାର୍ଯ୍ୟଶାଳା ଅତି ଆଡମ୍ବରର ସହିତ ପାଳିତ ହୋଇଯାଇଛି । ଏହି ସମାରୋହରେ ଭାରତର ରାଜଧାନୀ ନୂଆଦିଲ୍ଲୀରୁ ଫୋଟୋଗ୍ରାଫି ଜଗତର ଚର୍ଚ୍ଚିତ ନାମକରା ପ୍ରସିଦ୍ଧ ଫୋଟୋଗ୍ରାଫର ଶ୍ରୀ ଆଶିଷ ସାହୁ ଓ ତାଙ୍କ ସହଯୋଗୀ ଗଣ ଯୋଗଦାନ କରି ତାଙ୍କ ସଫଳତାର ମୂଳମନ୍ତ୍ର ଛାତ୍ରଛାତ୍ରୀ ମାନଙ୍କ ସହ ବିନିମୟ କରିଥିଲେ ଓ ଆଜିର କର୍ମଶାଳାରେ ଭବିଷ୍ୟତରେ ଫୋଟୋଗ୍ରାଫି ଉପରେ ନିଜର କ୍ୟାରିୟର ବନେଇବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଶିକ୍ଷଣ ଦେଇଥିଲେ ।
ଏହି କାର୍ଯ୍ୟଶାଳା ସୀମିତ ଅଂଶଗ୍ରହଣକାରୀଙ୍କ ପାଇଁ ହୋଇଥିବା ସତ୍ତ୍ୱେ ଓଡ଼ିଶା ତଥା ଛତିଶଗଡ଼ ରାଜ୍ୟରୁ ୨୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର ଚେୟାରମେନ ଶ୍ରୀଯୁକ୍ତ ଆନନ୍ଦ ଅଗ୍ରୱାଲ ଜୀବନ ଓ ଫୋଟୋଗ୍ରାଫି ମଧ୍ୟରେ ଥିବା ସମ୍ପର୍କ ଓ ଜଣେ କିପରି ଭାବରେ ନିଜ ବ୍ୟକ୍ତିତ୍ୱ ବିକାଶ କରିବା, ସୃଜନଶୀଳ ଚେତନା ଓ ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହେବ ଓ ଫୋଟୋଗ୍ରାଫି କର୍ମଶାଳାରୁ ବହୁତ କିଛି ଜ୍ଞାନ ଆହରଣ କରି ନିଜକୁ ସଫଳ ତଥା ସୁନାମଧନ୍ୟ ଫୋଟୋଗ୍ରାଫର ବନେଇ ପରିବ ସେ ବିଷୟରେ କହିଥିଲେ । ଆଜିର ଏହି ଫୋଟୋଗ୍ରାଫି କାର୍ଯ୍ୟଶାଳାରେ ଅଧ୍ୟକ୍ଷ ଶ୍ରୀମତୀ ଗୀତା ଧର୍ମରାଜନ, ଉପ ଅଧ୍ୟକ୍ଷ ଶ୍ରୀଯୁକ୍ତ ମୋନେନ ଈଶ୍ୱରୀଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/17/photography-workshop-2025-11-17-23-37-56.jpeg)