ଫଟୋକୁ ନେଇ ବି ଚାଲିଛି ଆଲୋଚନା, ନବୀନଙ୍କ ସହ ହସି ହସି କଥା ହେଲେ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ସବୁ କାର୍ଯ୍ୟକ୍ରମ   ଆୟୋଜନ, ମୋହନ ମାଝୀଙ୍କ ସରକାର ପାଇଁ ସାଜିଛି ବଡ଼ ପ୍ଲସ୍ ପଏଣ୍ଟ୍ । ଗତକାଲି ପ୍ରଥମ ଥର ପାଇଁ ବିଧାନସଭାକୁ ଆସିଥିଲେ ରାଷ୍ଟ୍ରପତି । ବିଧାନସଭାରେ ୯ ବର୍ଷ ଧରି ସଦସ୍ୟା ରହିଥିଲେ ଦ୍ରୌପଦୀ ମୁର୍ମୁ । ନବୀନଙ୍କ ମନ୍ତ୍ରିମଣ୍ଡଳରେ ୪ ବର୍ଷ ମନ୍ତ୍ରୀ ବି ଥିଲେ ।  ତେବେ ରାଜ୍ୟ ସରକାରଙ୍କ ଅନୁରୋଧ ରଖି କାଲି ରାଷ୍ଟ୍ରପତି ଭାବେ ସେ ବିଧାନସଭାକୁ ଆସିଲେ ।

bjp

କନକ ବ୍ୟୁରୋ :  ଚର୍ଚ୍ଚାରେ ମୋହନ ଓ ଧର୍ମେନ୍ଦ୍ରଙ୍କ ଦୃଷ୍ଟି ଆକର୍ଷଣର ନୂଆ ଟ୍ରେଣ୍ଡ୍ । ବିଧାନସଭାକୁ ପ୍ରଥମ ଥର ପାଇଁ ରାଷ୍ଟ୍ରପତିଙ୍କୁ ଆଣିବା ସହ, ରାଜ୍ୟରେ ଏକାଧିକ ଜାତୀୟ ସ୍ତରର  କାର୍ଯ୍ୟକ୍ରମ  ଆୟୋଜନ କରି, ଲୋକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ିବାକୁ ଚେଷ୍ଟା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପଟେ ଗତକାଲି ନବୀନ ଓ ଧର୍ମେନ୍ଦ୍ରଙ୍କ ଫଟୋକୁ ନେଇ ବି ଚର୍ଚ୍ଚା ଜୋର୍ ଧରିଛି ।

ଅଧିକ ପଢ଼ନ୍ତୁ :  Dharmendra Pradhan : ଭୁବନେଶ୍ବରରେ ଧର୍ମେନ୍ଦ୍ର ପ୍ରଧାନ : ଦଳ ପକ୍ଷରୁ ଜୋରଦାର ସ୍ୱାଗତ

ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ସବୁ କାର୍ଯ୍ୟକ୍ରମ   ଆୟୋଜନ, ମୋହନ ମାଝୀଙ୍କ ସରକାର ପାଇଁ ସାଜିଛି ବଡ଼ ପ୍ଲସ୍ ପଏଣ୍ଟ୍ । ଗତକାଲି ପ୍ରଥମ ଥର ପାଇଁ ବିଧାନସଭାକୁ ଆସିଥିଲେ ରାଷ୍ଟ୍ରପତି । ବିଧାନସଭାରେ ୯ ବର୍ଷ ଧରି ସଦସ୍ୟା ରହିଥିଲେ ଦ୍ରୌପଦୀ ମୁର୍ମୁ । ନବୀନଙ୍କ ମନ୍ତ୍ରିମଣ୍ଡଳରେ ୪ ବର୍ଷ ମନ୍ତ୍ରୀ ବି ଥିଲେ ।  ତେବେ ରାଜ୍ୟ ସରକାରଙ୍କ ଅନୁରୋଧ ରଖି କାଲି ରାଷ୍ଟ୍ରପତି ଭାବେ ସେ ବିଧାନସଭାକୁ ଆସିଲେ ।  ଗତବର୍ଷ ଡିଜିପି ସମ୍ମିଳନୀ ଏବଂ ଜାନୁଆରିରେ ପ୍ରବାସୀ ଭାରତୀୟ ଦିବସ ରାଜ୍ୟରେ ପ୍ରଥମ ଥର ଆୟୋଜନ କରି, ଏଗୁଡ଼ିକୁ ଐତିହାସିକ ପଦକ୍ଷେପ ବୋଲି ବାର୍ତ୍ତା ଦେବାକୁ ଚାହୁଛନ୍ତି ମୋହନ । ବିଜେପି ବି ଏହାର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ବେଳେ, ଇଏ ଇଭେଣ୍ଟ ମ୍ୟାନେଜମେଣ୍ଟ ସରକାର କହି କଟାକ୍ଷ କରିଛି ବିଜେଡି ।

ଅଧିକ ପଢ଼ନ୍ତୁ :  ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ

 ଗତକାଲି ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ନବୀନ ଓ ଧର୍ମେନ୍ଦ୍ରଙ୍କ ଫଟୋ ବି ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ହାତ ଧରି ହସି ହସି କଥା ହେଉଥିବା ଦେଖିବାକୁ ମିଳିଛି । ରାଜନୈତିକ ବିରୋଧୀ ହେଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ପରସ୍ପର ପ୍ରତି ଉଭୟ ନେତାଙ୍କ ସମ୍ମାନ ଫଟୋରେ ଦେଖିବାକୁ ମିଳୁଛି। ପୂର୍ବରୁ ମଧ୍ୟ ମୋହନଙ୍କ ଶପଥ ସମାରୋହରେ ଧର୍ମେନ୍ଦ୍ର ନବୀନଙ୍କୁ ବାଟ କଢ଼େଇ ନେବା ଏବଂ ପୁରୀ ରଥଯାତ୍ରା ବେଳେ ମଞ୍ଚ ତଳେ ନବୀନଙ୍କୁ ଦେଖି, ହାତ ଧରି ତାଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇଯିବା ଦୃଶ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe