କଟକ ଛାତ୍ରୀ ଦୁଷ୍କର୍ମ ଘଟଣା; ସାମ୍ନାକୁ ଆସିଲା ମୁଖ୍ୟ ଅଭିଯୁକ୍ତର ଫଟୋ

କଟକରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ନେଇ ଚାଞ୍ଚଲ୍ୟ । ସାମ୍ନାକୁ ଆସିଲା ମୁଖ୍ୟ ଅଭିଯୁକ୍ତ ଆଶୁତୋଷ ବେହେରାର ଫଟୋ । ସେପଟେ ସମ୍ବେଦନଶୀଳ ଘଟଣାକୁ ଚାପିଥିଲା କିଏ । ମାମଲା ରଖିନଥିବା ଅଧିକାରୀଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ ।

23aaaaaaaaaa

କନକ ବ୍ୟୁରୋ: କଟକରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ । ଏହାରି ଭିତରେ ସାମ୍ନାକୁ ଆସିଛି ମୁଖ୍ୟ ଅଭିଯୁକ୍ତ ତଥା ଛାତ୍ରୀଙ୍କ ବୟଫ୍ରେଣ୍ଡ ଆଶୁତୋଷ ବେହେରାର ଫଟୋ । ମୁଖ୍ୟ ଅଭିଯୁକ୍ତ ଆଶୁତୋଷ ସମେତ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ଜବତ କରି ତଦନ୍ତ କରାଯାଉଛି । 

ଅଭିଯୋଗ ଅନୁସାରେ, ଆଶୁତୋଷ ସାଙ୍ଗମାନଙ୍କ ସହ ମିଶି ବାନ୍ଧବୀଙ୍କୁ କରିଥିଲା ଗଣଦୁଷ୍କର୍ମ । ବାରମ୍ବାର ଗଣଦୁଷ୍କର୍ମର ଶିକାର ହେବା ପରେ ଶେଷରେ ସାହସ ଜୁଟାଇ ବାଦାମବାଡି ଥାନାରେ ପହଞ୍ଚିଥିଲେ ପୀଡିତା । କିନ୍ତୁ ନିଜ ଥାନା ଅଞ୍ଚଳ ଭିତରେ ଏ ଘଟଣା ହୋଇନଥିବାରୁ ପୀଡ଼ିତାଙ୍କୁ ଫେରାଇ ଦେଇଥିଲା ପୋଲିସ । ପ୍ରଶ୍ନ ଉଠୁଛି, ଏଭଳି ସମ୍ବେଦନଶୀଳ ଘଟଣାକୁ ପୋଲିସ ହାଲୁକାରେ ନେଲା କେମିତି? ମହିଳା ସୁରକ୍ଷାର ଡିଣ୍ଡିମ ପିଟାଯାଉଥିବା ବେଳେ ଦୁଷ୍କର୍ମ ପୀଡିତା କାହିଁକି ଥାନାରୁ ଥାନା ବୁଲିଲେ? ଖବରକୁ ଚାପି ଥିଲା କିଏ? ଖବର ଚପାଇ ଦେବାକୁ ପଡ଼ିଥିଲା କି ଚାପ? ତଦନ୍ତ ପରିସରଭୁକ୍ତ ହେବେ କି ପୋଲିସ ଅଧିକାରୀ? ଏଫଆଇଆର ରଖିନଥିବା ଅଧିକାରୀଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ? ଆଉ ସବୁଠୁ ବଡ଼ ପ୍ରଶ୍ନ ଏବେ କିପରି ଅଛି ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe