ରଥରେ ବସିଛନ୍ତି ଚାନ୍ଦମୁହିଁ । ଶରଧାବାଲିରୁ ଦେଉଛନ୍ତି ଭକ୍ତଙ୍କୁ ଦର୍ଶନ । ଦେବଦଳନ ରଥରେ ଦେବୀ ସୁଭଦ୍ରା । ଦେଖନ୍ତୁ, ଏହି ମନଲୋଭା ଦୃଶ୍ୟକୁ....
ଦେଖରେ ଦେଖରେ ଦେଖ....ନନ୍ଦିଘୋଷେ ବସିଛନ୍ତି ପ୍ରଭୁ ଜଗନ୍ନାଥ । ଶରଧାବାଲିରେ ହାତ ମେଲାଇ ବସିଛନ୍ତି କଳା ଠାକୁର । ଗୁଣ୍ଡିଚା ମନ୍ଦିରକୁ ଯିବାକୁ ହେଲେଣି ଉଚ୍ଛନ୍ନ ।
ସବୁଠୁ ଆଗରେ ଆସିଛନ୍ତି ବଡ଼ ଭାଇ । ଆଗରେ ମଧ୍ୟ ଗୁଣ୍ଡିଚା ମନ୍ଦିରକୁ ବିରାଜିବେ ହଳଧର । ଏବେଠୁ ଉଚ୍ଛନ୍ନ ହେଲେଣି ବଡ଼ ଠାକୁର । ଭକ୍ତଙ୍କୁ ଶରଧାବାଲିରେ ଦେଉଛନ୍ତି ଦର୍ଶନ ।
ଭକ୍ତ, ଭଗବାନ ଆଉ ଭକ୍ତି । ଶରଧାବାଲିରେ ମନକୁ ଛୁଇଁଗଲା ଭଳି ଦୃଶ୍ୟ । ହାତ ଉଠେଇ ନିଜ ମହାପ୍ରଭୁଙ୍କୁ ପ୍ରଣିପାତ ଜଣାଉଛନ୍ତି ଭକ୍ତ ।
ଶରଧାବାଲିରେ ତିନି ରଥ । ତିନି ରଥରେ ବସିଛନ୍ତି ଦାରୁ ମୂରତି । ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ....
ଏ ହେଉଛି କାଳିଆ ଭକ୍ତିର ଅନନ୍ୟ ଦୃଶ୍ୟ । ଆଖିରେ ଆପେ ଆପେ ଝରିଆସୁଛି ଲୁହ । କାଳିଆ ପ୍ରେମରେ କାନ୍ଦୁଛନ୍ତି ଜଣେ ଭକ୍ତ...
ସକାଳୁ ସକାଳୁ ଏ ହେଉଛି ଶରଧାବାଲିର ଦୃଶ୍ୟ । ଅପେକ୍ଷାରେ ହଜାର ହଜାର ଭକ୍ତ । ନିଜ ପ୍ରିୟ ଭଗବାନଙ୍କର ଦର୍ଶନ ଟିକେ ପାଇବାକୁ ଆତୁର ହେଲାଣି ମନ....
Follow Us