କନକ ବ୍ୟୁରୋ : ଫିଲିପାଇନ୍ସରେ ଭାରତୀୟଙ୍କୁ ସ୍ବାଗତ । ଭାରତୀୟ ନାଗରିକଙ୍କ ପାଇଁ ବିନା ଭିସାରେ ପ୍ରବେଶ ପ୍ରବେଶ ପାଇଁ ଅନୁମତି ଦେଲା ଫିଲିପାଇନ୍ସ । ସେଠାକାର ଧଳା ବାଲୁକା ବେଳାଭୂମି , ନୀଳ ସମୁଦ୍ର , ଜ୍ୱାଳାମୁଖୀ ଭଳି ପ୍ରାକୃତିକ ଭୂଦୃଶ୍ୟ ଭାରତୀୟଙ୍କୁ ଅର୍କଷଣ କରେ । କିଛି ବର୍ଷ ହେଲା ଫିଲିପାଇନ୍ସ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଗନ୍ତବ୍ୟସ୍ଥଳ ପାଲଟିଛି । ନୂଆଦିଲ୍ଲୀସ୍ଥିତ ଫିଲିପାଇନ୍ସ ଦୂତାବାସ ଅନୁଯାୟୀ, ଭାରତୀୟ ପରିଦର୍ଶକମାନେ ବର୍ତ୍ତମାନ ଦୁଇ ପ୍ରକାରର ସ୍ୱଳ୍ପକାଳୀନ ଭିସା ମୁକ୍ତ ପ୍ରବେଶ କରିପାରିବେ । ନିୟମ ଅନୁଯାୟୀ ପ୍ରତ୍ୟେକଟିରେ ରହିଛି ସ୍ୱତନ୍ତ୍ର ଯୋଗ୍ୟତା ଆବଶ୍ୟକତା ।
୧୪ଦିନର ଭିସା ମୁକ୍ତ ପ୍ରବେଶ
ଭାରତୀୟ ନାଗରିକମାନେ ଭିସା ନଥାଇ ମଧ୍ୟ ୧୪ ଦିନ ଫିଲିପାଇନ୍ସରେ ରହିପାରିବେ । ଏହି ଭିସା କେବଲ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟବହାର ହେବ । କିନ୍ତୁ ଏହି ଭିସା ଥିବା ବ୍ୟକ୍ତି ଏହାର ସମସ ସୀମା ବୃଦ୍ଧି କରିବା ଓ ଏହି ଭିସାକୁ ଅନ୍ୟ ଭିସାରେ ପରିବର୍ତ୍ତନ କରିପାରିବେ ନାହିଁ ।
୧୪ଦିନର ଭିସା ମୁକ୍ତ ପ୍ରବେଶ ପାଇଁ ଯୋଗ୍ୟତା ଏବଂ ମୁଖ୍ୟ ଆବଶ୍ୟକତା
ଏହି ଭିସା ବ୍ୟବହାର କରୁଥିବା ନାଗରିକ ଭାରତୀୟ ହୋଇଥିବା ଦରକାର , କେବଲ ପର୍ଯ୍ୟଟନ ଉର୍ଦ୍ଦେଶ୍ୟରେ ଏହା ପ୍ରଚଳନ ହେବ । ଥରେ ପର୍ଯ୍ୟଟନ ପରେ ଅତି କମରେ ଛଅ ମାସ ପାଇଁ ପାସପୋର୍ଟ ବୈଧ ରହିବ । ପର୍ଯ୍ୟଟନ ସମୟରେ ରହଣି ବ୍ୟବସ୍ଥାର ସମ୍ପୂର୍ଣ୍ଣ ପ୍ରମାଣ ଓ ତଥ୍ୟ ଦେବାକୁ ପଡ଼ିବ । ରହଣି ସମୟର ଖର୍ଚ୍ଚର ସମ୍ପୂର୍ଣ୍ଣ ମୂଲ୍ୟର ପ୍ରମାଣ ଦେବାକୁ ପଡ଼ିବ । ଏକ ନିଶ୍ଚିତ ପ୍ରତ୍ୟାବର୍ତ୍ତନର ଟିକେଟ୍ ନିଶ୍ଚୟ ପୈଠ କରିବାକୁ ପଡ଼ିବ । କୌଣସି ନକାରାତ୍ମକ ଉର୍ଦ୍ଦେଶ୍ୟରେ ପ୍ରବେଶ କରୁଥିଲେ ଭିସା ରଦ୍ଧ ହୋଇଯିବ ।
ବର୍ଦ୍ଧିତ ୩୦ଦିନର ଭିସା ମୁକ୍ତ ପ୍ରବେଶ
ଏହି ଭିସା ଭାରତୀୟ ନାଗରିକଙ୍କ ପାଇଁ ୩୦ ଦିନର ଭିସା ମୁକ୍ତ ପ୍ରବେଶ ଓ ରହଣିର ସୁବିଧା ଦେବ । ପୂର୍ବରୁ କିଛି ପ୍ରମୁଖ ଦେଶ ଅଷ୍ଟ୍ରେଲିଆ , ଜାପାନ , ଆମେରିକା , କାନାଡା , ସେଞ୍ଜେନ ରାଜ୍ୟ , ସିଙ୍ଗାପୁର ଏବଂ ଯୁକ୍ତରାଷ୍ଟ୍ର ଏହି ଭିସା ଧାରଣ କରିଛନ୍ତି ।
୩୦ଦିନର ଭିସା ମୁକ୍ତ ପ୍ରବେଶ ପାଇଁ ପ୍ରମୁଖ ଆବଶ୍ୟକତା
ସାମୁହିକ ଭାବରେ ଏଜେଏସିଏସଏସୟୁକେ ପରିଚିତ ଦେଶଗୁଡ଼ିକରୁ ଏକ ଭିସା କିମ୍ବା ବାସସ୍ଥାନ ଅନୁମତିର ପ୍ରମାଣ ରହିବା ଦରକାର । ଥରେ ପର୍ଯ୍ୟଟନ ପରେ ଅତି କମରେ ଛଅ ମାସ ପାଇଁ ପାସପୋର୍ଟ ବୈଧ ରହିବ । ଏକ ନିଶ୍ଚିତ ପ୍ରତ୍ୟାବର୍ତ୍ତନର ଟିକେଟ୍ ନିଶ୍ଚୟ ପୈଠ କରିବାକୁ ପଡ଼ିବ । ଫିଲିପାଇନ୍ସ ପ୍ରବାସନ କର୍ତ୍ତୃପକ୍ଷଙ୍କ ସହିତ କୌଣସି ଆପତ୍ତିଜନକ ରେକର୍ଡ ନଥିବ ।
ସୁଚନାରୁ ଜଣାପଡ଼ିଛି ଯେଉଁ ଭାରତୀୟ ଯାତ୍ରୀମାନେ ଭିସା ମୁକ୍ତ ପ୍ରବେଶର ଯୋଗ୍ୟତା ନାହିଁ ତେବେ ସେମାନେ ଇ ଭିସା ରୁଟ୍ ବ୍ୟବହାର କରିପାରିବେ । କାରଣ ସରକାରୀ ଇ ଭିସା ପୋର୍ଟାଲ୍ ମାଧ୍ୟମରେ ଉପଲବ୍ଧ ୯(ଏ) ଅସ୍ଥାୟୀ ପରିଦର୍ଶକ ଭିସା , ୩୦ ଦିନର ଏକକ ପ୍ରବେଶ ଓ ରହଣିର ଅନୁମତି ଦେଉଛି ।
ଇ ଭିସା ସିଷ୍ଟମରେ ଆବେଦନକାରୀମାନଙ୍କୁevisa.gov.phରେ ପଞ୍ଜୀକରଣ କରି , ନିମ୍ନଲିଖିତ ଡକ୍ୟୁମେଣ୍ଟ ପ୍ରଦାନ କରିବାକୁ ପଡିବ ।
ଅତିକମରେ ଛଅ ମାସର ବୈଧ ପାସପୋର୍ଟ । ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ପରିଚୟପତ୍ର । ପାସପୋର୍ଟ ଫଟୋ । ଏକ ପଞିକୃତ ରହଣିର ପ୍ରମାଣ । ଏକ ନିଶ୍ଚିତ ପ୍ରତ୍ୟାବର୍ତ୍ତନର ଟିକେଟ୍ । ରହଣିରେ ବ୍ୟବହାର କରିବା ପାଇଁ ଆର୍ଥିକ ପ୍ରମାଣ ।