କନକ ବ୍ୟୁରୋ : ସକାଳୁ ସକାଳୁ ଗାଡି ଟାଙ୍କି ଫୁଲ୍‌ କରିବା ପୂର୍ବରୁ ପ୍ରଥମେ ଜାଣି ନିଅନ୍ତୁ ଆଜିର ତୈଳ ଦର କେତେ ରହିଛି । ୨୫ ମାର୍ଚ୍ଚ ପାଇଁ ପେଟ୍ରୋଲ ଏବଂ ଡିଜେଲ୍‌ ଦର୍ ଜାରି କରିଦିଆଯାଇଛି । ଯଦି ଆଜିର ପେଟ୍ରୋଲ ଏବଂ ଡିଜେଲ୍‌  ଦର ଦେଖିବା ତେବେ ଆଜି ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗତକାଲି ଯାହା ଥିଲା ସେଇ ସମାନ ମୂଲ୍ୟ ଆଜି ମଧ୍ୟ ରହିଛି । 

Advertisment

ଯଦି ଭାରତ କଥା କହିବା ସରକାରୀ ତୈଳ କମ୍ପାନୀମାନେ  ତୈଳ ଦର ସ୍ଥିର ରଖିଛନ୍ତି । ନୂଆଦିଲ୍ଲୀରେ ଆଜି ତୈଳ ଦର  ୯୪.୭୨ ପଇସା ପ୍ରତି ଲିଟର ପିଛା ରହିଥିବାବେଳେ ମୁମ୍ବାଇରେ  ତୈଳ ଦର ୧୦୪.୨୧ ପଇସା ରହିଛି । କୋଲକତାରେ  ତୈଳ ଦର  ୧୦୩.୯୪ ପଇସା ପ୍ରତି ଲିଟର ପିଛା ରହିଛି । ସେହିପରି ଚେନ୍ନାଇରେ  ତୈଳ ଦର ୧୦୦.୭୫ ପଇସା ପ୍ରତି ଲିଟର ପିଛା ରହିଛି । ଭୁବନେଶ୍ବରରେ  ତୈଳ ଦର ୧୦୧.୧୦ ପଇସା ପ୍ରତି ଲିଟର ପିଛା ରହିଛି । ତେବେ ଗତକାଲି ଭୁବନେଶ୍ବରର ତୈଳ ଦର ଥିଲା ୧୦୧.୧୧ ପଇସା ପ୍ରତି ଲିଟର ପିଛା ।   ଏପଟେ ଅନ୍ତର୍ଜାତୀୟ ବଜାରରେ ଆଜିର ତୈଳ ଦର ୭୩ ଡଲାରରେ ପହିଞ୍ଚିଛି ।