କନକ ବ୍ୟୁରୋ : ରାଜ୍ୟରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରଦାମ୍‌ ବୃଦ୍ଧି ଘଟି ଚାଲିଛି । ଏଥିସହିତ ଡିଜେଲ ଓ ପେଟ୍ରୋଲ ଦର ମଧ୍ୟ ସେହି ହିସାବରେ ବଢି ଚାଲିଛି । ସରକାରୀ ତୈଳ କମ୍ପାନୀଗୁଡ଼ିକ କିଛି ସ୍ଥାନରେ ମୂଲ୍ୟ ହ୍ରାସ କରିଛନ୍ତି ଏବଂ ଅନ୍ୟ କିଛି ସ୍ଥାନରେ ତୈଳ ମୂଲ୍ୟ ବୃଦ୍ଧି କରାଯାଇଛି । ତେବେ ଅଧିକାଂଶ ସହରରେ ତୈଳ ଦର ହ୍ରାସ ପାଇଛି । କିନ୍ତୁ ଦିଲ୍ଲୀ ଏବଂ ମୁମ୍ବାଇ ଭଳି ଦେଶର ଚାରୋଟି ମହାନଗରରେ ତୈଳ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

Advertisment

ସେହିପରି ରାଜଧାନୀ ଭୁବନେଶ୍ବରରେ ଆଜି ତୈଳ ଦର ୧୦୦.୯୭ ପଇସା ପ୍ରତି ଲିଟର ରହିଛି । ଗତକାଲି ମଧ୍ୟ ସେହି ସମାନ ମୂଲ୍ୟ ୧୦୦.୯୭ ପଇସା  ଲିଟର ପ୍ରତି ଥିଲା । ତେବେ ଦୁଇ ଦିନ ହେବ ତୈଳ ଦରରେ ସେମିତି କିଛି ପରିବର୍ତ୍ତନ ଆସିନାହିଁ ।  ଗତ ୧୦ ଦିନ ମଧ୍ୟରେ, ଭୁବନେଶ୍ୱରରେ ପେଟ୍ରୋଲର ସର୍ବାଧିକ ଦର ଲିଟର ପିଛା ୧୦୧.୧୧ ପଇସା ଥିଲା । ସେହିପରି, ଗତ ୧୦ ଦିନ ମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲର ସର୍ବନିମ୍ନ ଦର ୧୦୦.୯୩ ପଇସା ପ୍ରତି ଲିଟର ଥିଲା ।  ଆଜିର ଡିଜେଲ୍‌ ମୂଲ୍ୟରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଆସିଛି ।  ଡିଜେଲ୍‌  ପ୍ରତି ଲିଟର ପିଛା ୯୨.୫୫ ପଇସା ରହିଛି ।