କନକ ବ୍ୟୁରୋ : ବରଗଡ ନାବାଳିକା ପୋଡ଼ି  ଘଟଣାରେ ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ପେଟ୍ରୋଲ ଦୋକାନୀଙ୍କୁ ଗିରଫ କରିଛି ପୁଲିସ । ଗତ ୧୧ ତାରିଖରେ ଦୋକାନରୁ ପେଟ୍ରୋଲ ନେଇ ଦେହରେ ନିଆଁ ଲଗାଇଥିଲେ ନାବାଳିକା ଛାତ୍ରୀ । ଘର ପାଖ ପଡ଼ିଆରୁ ନାବାଳିକାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା  । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପେଟ୍ରୋଲ ବିକ୍ରି କରୁଥିବା ଦୋକାନୀ ପ୍ରେମାନନ୍ଦ ଦଣ୍ଡସେନାଙ୍କୁ ଗିରଫ କରାଯାଇଥିବା ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି ।