କନକ ବ୍ୟୁରୋ: ପୋଖରୀ କୂଳରେ ଥିବା ଗଛରେ ଝୁଲୁଛି ମୃତଦେହ । ଆଉ ଗଛ ତଳେ ଜଗିବସିଛି ପୋଷା କୁକୁର । ମୃତଦେହ ପାଖକୁ ଯିଏ ବି ଗଲେ କୁକୁରଟି ଭୁକିବା ସହ କାମୁଡ଼ି ଗୋଡ଼ାଉଛି । ଏଭଳି ଦୃଶ୍ୟ ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ରାଣୀଗୋଡା ଅଞ୍ଚଳରେ । 

Advertisment

ପୋଖରୀ ନିକଟରେ ଥିବା ଏକ ଜମ୍ବୁ ଗଛରେ ମୃତଦେହ ଝୁଲି ରହିଥିବା ବେଳେ ସମ୍ପର୍କୀୟ ହତ୍ୟା ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ,  କିଛି ଦିନ ପୂର୍ବରୁ ଏହି ପୋଖରୀକୁ ନିଲାମ ଦିଆଯାଇଥିଲା । ପୂର୍ବରୁ ତୁରଙ୍ଗ ଗାଁର ଜଣେ ବ୍ୟକ୍ତି ପୋଖରିକୁ ନିଲାମ ନେଇଥିଲେ । ତେବେ ପୋଖରୀ ହୁଡାରେ ରାଣୀଗୋଡା ଅଞ୍ଚଳର ଶୁକ୍ରୁ ବେହେରାଙ୍କ ପୁଅ ମଣିଆ ବେହେରା ଗାଈଗୋରୁ ଚରାନ୍ତି । ଆଜି ସକାଳୁ ଗଛରେ ମଣିଆଙ୍କ ମୃତଦେହ ଝୁଲି ରହିଥିବା ଦେଖିବାକୁ ମିଳିଥିଲା । ପୋଖରୀ ନେଇଥିବା ମାଲିକ ମଣିଆକୁ ମାଡ଼ପିଟ କରନ୍ତି ବୋଲି ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।