ରାସ୍ତାକଡ଼ , ବସଷ୍ଟାଣ୍ଡ , ରେଲୱେ ଷ୍ଟେସନ୍ , ଥାନାରେ ମଣିଷଙ୍କ ନିଖୋଜ ହେବା ପୋଷ୍ଟର୍ ଲାଗିଥିବା ଦେଖିଥିବେ କିନ୍ତୁ କେବେ କୁକୁର ନିଖୋଜ ହେବାର ପୋଷ୍ଟର୍ ଲାଗିଥିବା ଦେଖିଛନ୍ତି କି? ଉତ୍ତରପ୍ରଦେଶର ଆଗ୍ରାରେ କିଛି ଏଭଳି ମାମଲା ଏବେ ସାମ୍ନାକୁ ଆସିଛି ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ରୋଚକ କଥାଟି ହେଉଛି ଏହି କୁକୁରକୁ ଖୋଜିଆଣିଲେ ୫୦ ହଜାର ଟଙ୍କା ନଗଦ ଦିଆଯିବାର ଘୋଷଣା ମଧ୍ୟ କରାଯାଇଛି । 

Advertisment

dog missing

ଘଟଣାଟି କିଛି ଏମିତି ଆଗ୍ରା ବୁଲିବାକୁ ଆସିଥିବା ଦମ୍ପତିଙ୍କ ପୋଷା କୁକୁରଟି ୫ ଷ୍ଟାର୍ ହୋଟେଲରୁ ଅଚାନକ କୁଆଡ଼େ ଗାଏବ୍ ହୋଇଗଲା । ଅନେକ ଖୋଜାଖୋଜି ପରେ ମଧ୍ୟ କୁକୁର ନ ମିଳିବାରୁ ହୋଟେଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଥାନାରେ ଏତଲା ଦେଲେ ଉକ୍ତ ଦମ୍ପତି । କୁକୁରକୁ ଖୋଜିବା ପାଇଁ ଆଗ୍ରାର ଗଳିକନ୍ଦିରେ ଲାଗିଲା ପୋଷ୍ଟର୍ । ପ୍ରଥମେ ପୁରସ୍କାର ରାଶି ୧୦,୦୦୦ ଟଙ୍କା ଥିଲା କିନ୍ତୁ ଏବେ ଏହାକୁ ବଢାଇ ୫୦ ହଜାର ଟଙ୍କା କରାଯାଇଛି । ପୋଷା କୁକୁରକୁ ଦମ୍ପତି ନିଜ ପୁଅ ଭଳି ପାଳି ଆସୁଥିଲେ । ନିଖୋଜ ହେବା ପରେ ସ୍ୱାମୀ,ସ୍ତ୍ରୀ କୁକୁରକୁ ନେଇ ଚିନ୍ତାରେ ଅଛନ୍ତି ।

couple sad

ଗୁରୁଗ୍ରାମ୍ ନିବାସୀ ଦମ୍ପତି ଆଗ୍ରା ବୁଲିବାକୁ ଆସିଥିବା ବେଳେ ସାଙ୍ଗରେ ୨ ଟି ପୋଷା କୁକୁରକୁ ନେଇ ଆସିଥିଲେ । ହୋଟେଲରେ କୁକୁରଙ୍କ ଯତ୍ନ ନେବା ପାଇଁ ପେଟ୍ ସିଟିଂ ବ୍ୟବସ୍ଥା ମଧ୍ୟ ଥିଲା । ଏଥିପାଇଁ ହୋଟେଲକୁ ୩ ଘଣ୍ଟା ପାଇଁ ୨ ହଜାର ଟଙ୍କା ଦେଉଥିଲେ ଏହି ଦମ୍ପତି । ଯାତ୍ରା ସମୟରେ କୁକୁରକୁ ହୋଟେଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱରେ ଛାଡ଼ି ଦମ୍ପତି ବୁଲିବାକୁ ଯାଇଥିଲେ । ଫେରିବା ପରେ ତାଙ୍କ ପ୍ରିୟ ପୋଷା କୁକୁରଟି କୁଆଡେ ଚାଲିଯାଇଥିଲା । ବ୍ୟତିବ୍ୟସ୍ତ ହୋଇ ଦମ୍ପତି ହୋଟେଲ୍ ଆଖପାଖରେ କୁକୁରକୁ ଖୋଜିଲେ । ଏମିତିକି ସିସିଟିଭିରେ ମଧ୍ୟ ଖୋଜିବା ଆରମ୍ଭ କଲେ ହେଲେ କୌଣସି ସୁଫଳ ମିଳିଲାନାହିଁ । ଏବେ ସହରସାରା କୁକୁର ନିଖୋଜ ହେବାର ପୋଷ୍ଟର୍ ଲଗାଇଛନ୍ତି ଦମ୍ପତି । 

doggo