କନକ ବ୍ୟୁରୋ:  ଅମଳ ପୂର୍ବରୁ ଧାନ ଗଜା
                    ଲଗାଣ ବର୍ଷା ବଢ଼ାଇଲା ଚାଷୀଙ୍କ ଚିନ୍ତା
କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକର ଗହଗାପାଟ ଦେଇ ବହିଯାଉଥିବା ଚିତ୍ରତ୍ପୋଳା ନଦୀରେ ତିନି ତିନିଥର ବନ୍ୟା ଆସିବା ଓ ଲଗାଣ ବର୍ଷା ପରେ ପାଣି ଘେରରେ ଧାନ ଫସଲ  । କଟକ ଜିଲ୍ଲାର ନେମାଳ ଠାରୁ ମାର୍ଶାଘାଇ ବ୍ଲକ ପରକୁଳା ଗ୍ରାମ ପଞ୍ଚାୟତର ନାରଣପୁର ପର୍ଯ୍ୟନ୍ତ, ପ୍ରାୟ ୧୪ଶହ ହେକ୍ଟର ରୁଆ ଓ ପାଚିଲା ଧାନ ଫସଲ ପଚିସଢ଼ି ନଷ୍ଟ ହୋଇଯାଇଛି । 

Advertisment

ଦକ୍ଷିଣ ଓଡ଼ିଶାରେ ଲଘୁଚାପଜନିତ ବର୍ଷା ଚାଷୀଙ୍କୁ ଆଣିଦେଇଛି ଦୁଃଖ । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ଏକରଏକର ମକା ଚାଷ ନଷ୍ଟ ହୋଇଯାଇଛି । ସେହିପରି ଗଜପତି ଜିଲ୍ଲାର ସମସ୍ତ ୭ଟି ବ୍ଲକରେ ହେକ୍ଟର ହେକ୍ଟର ଜମିର ଫସଲ ନଷ୍ଟ ହୋଇଛି । କ୍ଷତିଗ୍ରସ୍ତ ହୋଇଥିବା ଚାଷକୁ ଆକଳନ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ ପରେ ସ‌ହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ  ।

କୁଚିଣ୍ଡାରେ ଲଗାଣ ବର୍ଷା ସାଙ୍ଗକୁ ରୋଗପୋକ ଚାଷୀଙ୍କ ପାଇଁ ସାଜିଛି କାଳ  । ବିପିଏଚ୍, ମହିଷା, ବିଏଲବି ଭଳି ରୋଗ ନିକାକରଣ ପାଇଁ ତିନିତିନିଥର ଔଷଧ ଦେବା ସତ୍ତ୍ବେ ରୋଗପୋକ ପ୍ରାଦୁର୍ଭାବ କମିବାର ନାଁ ନେଉନି । ସମସ୍ୟାର ସମାଧାନ ସହ କ୍ଷୟକ୍ଷତି ପାଇଁ ସରକାରଙ୍କୁ ଜଣାଇ ଦିଆଯିବ ବୋଲି ଜିଲ୍ଲା କୃଷି ଅଧିକାରୀ କହିଛନ୍ତି ।