କନକ ବ୍ୟୁରୋ: ବିଧାନସଭାରେ ସରପଞ୍ଚଙ୍କ କ୍ଷମତାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଜଳ ନେତା ରାମଚନ୍ଦ୍ର କାଡ଼ାମ । ଏହାର ଉତ୍ତରରେ ମନ୍ତ୍ରୀ ରବି ନାୟକ କହିଛନ୍ତି କୋଭିଡ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସରପଞ୍ଚଙ୍କ କ୍ଷମତାକୁ ସଙ୍କୁଚିତ କରି  ପ୍ରତ୍ୟାବର୍ତ୍ତନ କରି ନେଇଥିଲେ  ବର୍ତମାନର ସରକାରରେ ଲୋକ ପ୍ରତିନିଧି ହିଁ ତାଙ୍କ କ୍ଷମତାର ଅଧିକାରୀ । ଆଦିବାସୀ ଏଥିରେ ଉପକୃତ ହେବେ । ଖୁବଶୀଘ୍ର ରାଜ୍ୟରେ ପେଶା ଆଇନ ଲାଗୁ କରାଯିବ । 
 
ଏବେ ଆସନ୍ତୁ ଜାଣିବା ୧୯୯୬ର ଏହି ପେଶା ଆଇନ କଣ । ଆଦିବାସୀଙ୍କୁ ଅଧିକ ସଶକ୍ତ କରିବା ଓ ବିକାଶ ପ୍ରକ୍ରିୟାରେ ଆଦିବାସୀଙ୍କ ଭାଗୀଦାରି ବଢାଇବା ହେଉଛି ଏହି ପେଶା ଆଇନର ଉଦ୍ଦେଶ୍ୟ । 

-ଆଦିବାସୀ ଓ ଗ୍ରାମସଭାକୁ ଅଧିକ ସଶକ୍ତ କରିବା
-ଭୂମି ଅଧିଗ୍ରହଣ ଓ ହସ୍ତାନ୍ତର ସମୟରେ ଗ୍ରାମସଭାର ସହମତି ନେବା
-ଗ୍ରାମସଭା ଓ ଗ୍ରାମପଞ୍ଚାୟତକୁ ଅଧିକ କ୍ଷମତା ଦେଇ ବିକେନ୍ଦ୍ରୀକରଣକୁ ପ୍ରୋତ୍ସାହନ 
-ଶିକ୍ଷା, ସ୍ୱାସ୍ଥ୍ୟଭଳି କ୍ଷେତ୍ରରେ ସୁଧାର ଆଣିବା

ପେଶା ଆଇନ  ଦେଶର ୬ଟି ରାଜ୍ୟରେ ଲାଗୁ ହୋଇସାରିଛି । କିନ୍ତୁ ଓଡିଶାରେ ଏହା ଏ ଯାଏଁ ଲାଗୁ ହୋଇନାହିଁ ।  ପେଶା ଆଇନ ଲାଗୁ କରିବା ଦାବିରେ ସୁନ୍ଦରଗଡ ଭଳି ଜିଲ୍ଲାରେ ଆନ୍ଦୋଳନ ବି ହୋଇଛି । ପଡୋଶୀ ଛତିଶଗଡ ଓ ଆନ୍ଧ୍ରରେ ଏହି ପେଶା ଆଇନ ଲାଗୁ ହେବା ପରେ ଏହାର ସକାରାତ୍ମକ ପ୍ରଭାବ ବି ଦେଖିବାକୁ ମିଳିଛି ।