କନକ ବ୍ୟୁରୋ: ଆଜିକା ଦିନରେ ନିଶା ଯୋଗୁଁ ସମାଜରେ ଅନେକ ଭୟଙ୍କର ଘଟଣା ଘଟିଯାଉଛି। ମଣିଷ ନିଜର ହିତାହିତ ଜ୍ଞାନ ହରାଇ ବର୍ବର କାଣ୍ଡ ଘଟାଉଛି । ଏଭଳି କିଛି ଘଟଣା ଘଟିଛି ମାଲକାନଗିରିରେ ।
ଭିଣୋଇର ବର୍ବରକାଣ୍ଡ । ନିଶାସକ୍ତ ଅବସ୍ଥାରେ ୩ ଶଳାଙ୍କୁ ହତ୍ୟା କରିଛି ସୈତାନ ଭିଣୋଇ। ମୃତକ ହେଲେ ମାଲକାନଗିରି ଚିତ୍ରକୋଣ୍ଡା ଥାନା କୁପାଗୁଡ଼ା ଗାଁର ରାଜୁ ଖେମୁଡୂ, କୁଞ୍ଜ ଖେମୁଡୁ ଏବଂ କ୍ରିଷ୍ଣା ଖେମୁଡୁ । ରବିବାର ନିଜ ଭଉଣୀ ଘରକୁ ଶବ ଦାହ କାର୍ଯ୍ୟରେ ଯୋଗଦେବା ପାଇଁ ଆନ୍ଧ୍ରପ୍ରଦେଶ ସିଲେରୁ ଯାଇଥିଲେ ୩ ଭାଇ । ସେଠାରେ ଭିଣୋଇ ଓ ଶଳାମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତି ତର୍କ ହୋଇଥିଲା । ତେବେ ରାତିରେ ସମସ୍ତେ ଶୋଇଥିବାବେଳେ ୩ ଶଳାଙ୍କୁ ଆକ୍ରମଣ କରିଥିଲା ଅଭିଯୁକ୍ତ । କ୍ରିଷ୍ଣା ଏବଂ କୁଞ୍ଜଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଖେମୁଡୁକୁ ଗୁରୁତର ଅବସ୍ଥାରେ ବିଶାଖାପାଟଣାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ପୁଲିସ ଘଟଣାର ତଦନ୍ତ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/05/13/LACktc0d1v6f0Un8M6IS.jpg)