କନକ ବ୍ୟୁରୋ: ବ୍ରିସବେନରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହୋଇଛି । ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ କୁ ଦୃଷ୍ଟିରେ ରଖି ଉଭୟ ଦଳ ପାଇଁ ଏହି ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏହି ମ୍ୟାଚ ଆଗରେ ଏକ ବଡ଼ ପ୍ରତିବନ୍ଧକ ଦେଖାଦେଇଛି । ତାହା ହେଉଛି ବର୍ଷା । ପ୍ରଥମ ଦିନରେ ମାତ୍ର ୧୩.୨ ଓଭର ଖେଳାଯିବା ପରେ ଲଗାଣ ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳ ବାତିଲ ହୋଇଥିଲା। ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ କୌଣସି ଓ୍ବିକେଟ ନ ହରାଇ ୨୮ ରନ କରିଛି, କିନ୍ତୁ ଗାବା ଟେଷ୍ଟର ଦ୍ୱିତୀୟ ଦିନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।
ପାଣିପାଗ ଏଜେନ୍ସିମାନଙ୍କ ଅନୁସାରେ ଡିସେମ୍ବର ୧୫ରେ ସକାଳ ସମୟରେ ବର୍ଷା ହେବାର ୪୬% ସମ୍ଭାବନା ରହିଛି ଏବଂ ଅପରାହ୍ନରେ ଆକାଶ ମେଘୁଆ ରହିବ। ଏଭଳି ସ୍ଥିତିରେ ବର୍ଷା ମଧ୍ୟ ଦ୍ବିତୀୟ ଦିନର ଖେଳରେ ବାଧକ ସାଜିପାରେ । କେବେଳ ଏତିକି ନୁହେଁ, ଗାବା ଟେଷ୍ଟର ସମସ୍ତ ପାଞ୍ଚ ଦିନ ବର୍ଷା ହେବାର ସମ୍ଭାବନା ରହିଛି । ଖେଳର ତୃତୀୟ ଦିନରେ ବର୍ଷାର ୪୬ ପ୍ରତିଶତ ସମ୍ଭାବନା ରହିଛି । ଏପରି ସ୍ଥିତିରେ ମ୍ୟାଚକୁ ନେଇ ସଂଦେହ ଦେଖାଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/12/14/rsehmWnuUb4SVLVCyXLN.jpg)