କନକ ବ୍ୟୁରୋ: ଦଶହରାରେ ୬ଟି ବଡ଼ ତୋରଣକୁ କୋର୍ଟଙ୍କ ଅନୁମତି । ଚାଉଳିଆଗଞ୍ଜ, ରାଣୀହାଟ, ମାଲଗୋଦାମ ତୋରଣକୁ ମିଳିଛି ଅନୁମତି । ଶିଖରପୁର, ଖାନନଗର ଓ ବାଦାମବାଡ଼ି ତୋରଣକୁ ମଧ୍ୟ ଅନୁମତି । ସମସ୍ତ ତୋରଣର ମାଜିଷ୍ଟ୍ରେଟସ୍ତରୀୟ ଯାଞ୍ଚ ହେବ । କାଲିଠୁ ପୂଜା ଅନୁମତି କରିହେବ ଆବେଦନ ।
ସବ୍-ଡିଭିଜିନାଲ୍ ମାଜିଷ୍ଟ୍ରେଟଙ୍କ ନିକଟରେ କରିବେ ଆବେଦନ । ଆବେଦନ ପାଇଁ ବାରବାଟୀ ପ୍ୟାଲେସରେ ସିଙ୍ଗଲ ଓ୍ୱିଣ୍ଡୋ ବ୍ୟବସ୍ଥା । ସମସ୍ତ ମଣ୍ଡପ ନିକଟରେ ଶବ୍ଦ ସଚେତନତା ହୋର୍ଡିଂ ଲାଗିବ । ମଣ୍ଡପ ତିଆରି ପାଇଁ ରାତିରେ ଅଣାଯିବ ବାଉଁଶ । ଲେଜର ଲାଇଟ୍ ବ୍ୟବହାର ଉପରେ କଟକଣା । ୬୫ ଡେସିବଲ୍ ଉପରକୁ ଶବ୍ଦ ଉପରେ ବାରଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/04/court-2025-09-04-17-22-28.jpg)