କନକ ବ୍ୟୁରୋ: ୨୨ ଏପ୍ରିଲ ୨୦୨୫। ପହଲଗାମରେ ୨୬ ପର୍ଯ୍ୟଟକଙ୍କୁ ହତ୍ୟା। ୨୫ ଜଣ ଭାରତୀୟ ବୋହୂଙ୍କ ସିନ୍ଦୂର ପୋଛିଥିଲେ ଆତଙ୍କବାଦୀ। ୭ ମେ ୨୦୨୫। ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ । ପାକିସ୍ତାନ ଆକାଶରେ ଗର୍ଜିଲା ଭାରତୀୟ ବାୟୁସେନା । ମାତ୍ର ୨୫ ମିନିଟରେ ପ୍ରତିଶୋଧ ପୂରା । ସଫା ହେଲେ ସିନ୍ଦୂର ପୋଛିଥିବା ସୈତାନ । ମାଟିରେ ମିଶିଲା ଆତଙ୍କବାଦୀଙ୍କ ୯ଟି ଠିକଣା । ଆତଙ୍କବାଦୀ ମସୁଦ ଅଜହରର ପୂରା ପରିବାର ନିପାତ । ଏହି ଅପରେସନର ନାଁ ରଖାଯାଇଥିଲା ଅପରେସନ ସିନ୍ଦୂର। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରେସନର ନାଁ ଦେଇଥିଲେ। ରାତି ସାରା ପିଏମଓରେ ରହି ପୂରା ଅପରେସନର ପରିଚାଳନା କରୁଥିଲେ । ଯାହାର ସଫଳତା ନେଇ ବିଶ୍ବକୁ ଜଣାଇଛି ଭାରତ ।  
 
ପହଲଗାମ ଆକ୍ରମଣ ପରେ ମୋଦୀ ଯାହା କହିଥିଲେ ତାହା କରି ଦେଖାଇଛନ୍ତି । ଆତଙ୍କବାଦୀଙ୍କ କଳ୍ପନାଠାରୁ ଅଧିକ ଜବାବ ମିଳିଛି । ଅପରେସନ ସିନ୍ଦୂରରେ ଆତଙ୍କୀଙ୍କୁ ନିପାତ କରିଛନ୍ତି ଭାରତୀୟ ସେନା । କେବଳ ଆତଙ୍କୀ ଆଡ୍ଡା ଧ୍ବଂସ ପାଇଛି । କୌଣସି ସାଧାରଣ ଲୋକ, ଅର୍ଥନୈତିକ ସ୍ଥଳୀ କିମ୍ବା ପାକିସ୍ତାନୀ ମିଲିଟାରି ବେସ ଉପରେ ଆକ୍ରମଣ କରିନାହିଁ ଭାରତ । ଏବେ ଯଦି ପାକିସ୍ତାନ କୌଣସି କାର୍ଯ୍ୟାନୁଷ୍ଠାନ ନିଏ ତେବେ ଏହା ଆକ୍ଟ ଅଫ ୱାର ହେବ ବୋଲି ଭାରତ ପକ୍ଷରୁ ଚେତାଇ ଦିଆଯାଇଛି ।