କନକ ବ୍ୟୁରୋ : ଲୋକଙ୍କ ପରିଶ୍ରମର ଅର୍ଥକୁ ସଞ୍ଚୟ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ସଂସ୍ଥା କରିଛନ୍ତି । ମାତ୍ର କିଛି ଅସାଧୁ ସରକାରୀ ଅଧିକାରୀଙ୍କ ପାଇଁ ଲୋକଙ୍କ ଜମା ଟଙ୍କା ହେଉଛି ହଡପ । କେନ୍ଦ୍ର ସରକାରଙ୍କ ଡାକଘରୁ ଦେଢ଼ କୋଟିରୁ ଅଧିକ ଟଙ୍କା ପୋଷ୍ଟ ମାଷ୍ଟର ହଡପ କରିବା ପରି ଚିନ୍ତାରେ ପଡ଼ିଛନ୍ତି ଜମାକାରୀ ।
ମୁଣ୍ଡ ବାଡ଼େଇ କାନ୍ଦୁଛନ୍ତି ଜମାକାରୀ । ଡାକଘରେ ଟଙ୍କା ଜମା କରି ପସ୍ତାଉଛନ୍ତି ଲୋକେ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ବାଇଗଣ ବାଡ଼ିଆ ପୋଷ୍ଟ ଅଫିସରେ ପାଖାପାଖି ୬ ଶହରୁ ଅଧିକ ଜମାକାରୀଙ୍କ ଦେଢ଼ କୋଟିରୁ ଅଧିକ ଟଙ୍କା ହଡ଼ପ କରି ପୋଷ୍ଟମାଷ୍ଟର ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ : ଭାଙ୍ଗିଗଲାଣି ବରଗଡ଼ର ଡୁମେରପାଳି ସେତୁ; ବିକଳ୍ପ ନକରି ବିପଦସଙ୍କୁଳ ଲେଖି ଛାଡ଼ିଦେଲା ପ୍ରଶାସନ
ପୋଷ୍ଟମାଷ୍ଟର ଜଣକ ଜମାକାରୀଙ୍କ ଭରସାର ଫାଇଦା ଉଠାଇ ସାଦା କାଗଜ ଓ ରସିଦରେ ଷ୍ଟାମ୍ପ ମାରି ଟଙ୍କା ଡିପୋଜିଟ୍ କରି ନେଉଥିଲେ । ପରେ ଜମାକାରୀଙ୍କ ଦସ୍ତଖତକୁ ଜାଲ୍ କରି ଜମାଖାତାରୁ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି । ୨ ମାସ ତଳେ ଜମାକାରୀ ଟଙ୍କା ଉଠାଇବାକୁ ଯିବାରୁ ସବୁ ସତ ସାମନାକୁ ଆସିଛି । ସେବେ ଠାରୁ ଫେରାର ଅଛନ୍ତି ପୋଷ୍ଟମାଷ୍ଟର । ଏନେଇ ଅଭିଯୋଗ ପରେ ବି କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି ।
ନୀଳାବତି ଗିରି ବାଇଗଣ ବାଡ଼ିଆ ପ୍ରାଥମିକ ବିଦ୍ୟାଳୟରେ ରୋଷେଇୟା ଭାବେ କାମ କରିବା ସହ ପର ଘର କାମ କରି ପୋଷ୍ଟ ଅଫିସରେ ଟଙ୍କା ଜମା କରିଥିଲେ । ସଞ୍ଚିତ ଟଙ୍କାରେ ଘରଟିଏ କରିବେ। ହେଲେ ଏବେ ସେ ସ୍ୱପ୍ନ ଭାଙ୍ଗିଯାଇଛି । ସେହିପରି ପାରାଲିସିସ୍ ରୋଗରେ ପିଡ଼ିତ ହରିଶ୍ଚନ୍ଦ୍ର ମହାନ୍ତି । ପୋଷ୍ଟ ଅଫିସ୍ରେ ଟଙ୍କା ସଞ୍ଚୟ କରି ସେଥିରେ ଔଷଧ ଖାଉଥିଲେ । ଏମିତି ବହୁତ ଜଣ ଅଛନ୍ତି । ଯେଉଁମାନଙ୍କ ଟଙ୍କା ନେଇ ପୋଷ୍ଟ ମାଷ୍ଟର ଫେରାର୍ ମାରିଛନ୍ତି ।
ତୁରନ୍ତ ଏହାର ତଦନ୍ତ କରି ଜମାକାରୀଙ୍କ ଟଙ୍କା ଫେରସ୍ତ କରିବା ସହ ପୋଷ୍ଟମାଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ନଚେତ୍ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଜମାକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/07/postmaster-2026-02-07-18-55-05.jpg)