କନକ ବ୍ୟୁରୋ : ଭାସୁଛି ସମ୍ବଲପୁର , ରାସ୍ତାଘାଟରେ ନଦୀର ଭ୍ରମ । କେଉଁଠି ଓଭରବ୍ରିଜ ଧସିଛି ପୁଣି କେଉଁଠି ଅଣ୍ଡରପାସ ବୁଡ଼ିଛି । ସହରର ପ୍ରମୁଖ ସ୍ଥାନ ଗୁଡ଼ିକରେ ଘରେ ପାଣି ପଶିଥିବା ବେଳେ ବିଫଳ ଡ୍ରେନେଜ ବ୍ୟବସ୍ଥା ନେଇ ଉଠିଛି ପ୍ରଶ୍ନ । ରାସ୍ତା ବୁଡ଼ିଛି, ଘରକୁ ପଶିଛି ପାଣି । ରେଲୱେ ଅଣ୍ଡରପାସରେ ଅଣ୍ଟାଏ ପାଣି। ପୁଣି ଧସିଛି ରେଲୱେ ଓଭର ବ୍ରିଜ୍ । ଅବିଶ୍ରାନ୍ତ ବର୍ଷାରେ ବେହାଲ ସହର, ଅସ୍ତବ୍ୟସ୍ତ ଜନଜୀବନ । ସମ୍ବଲପୁରର ତଳିଆ ଅଞ୍ଚଳ ସହ ବିଭିନ୍ନ ପ୍ରମୁଖ ସ୍ଥାନ ଗୁଡ଼ିକରେ ଆଣ୍ଠୁଏଁ ଲେଖାଏଁ ପାଣି । ବିଫଳ ଡ୍ରେନେଜ ବ୍ୟବସ୍ଥା ନେଇ ଲୋକେ ଏସ୍ଏମ୍ସିକୁ ପ୍ରଶ୍ନ କରୁଥିବା ବେଳେ ଡ୍ରେନେଜ ବ୍ୟବସ୍ଥା ପାଇଁ ୪ ଶହ କୋଟି ଟଙ୍କାର ମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇଥିବା କହିଛନ୍ତି ଅତିରିକ୍ତ କମିସନର । କିନ୍ତୁ ଏହି ମାଷ୍ଟର ପ୍ଲାନ କେବେ କାର୍ଯ୍ୟକାରୀ ହେବ କେବେ ଏହି କୃତ୍ରିମ ବନ୍ୟାରୁ ଲୋକଙ୍କୁ ମୁକ୍ତି ମିଳିବ କାହାକୁ ଜଣାନାହିଁ ।
ଗତକାଲି ସମ୍ବଲପୁରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ୨୪ ଘଣ୍ଟାରେ ସମ୍ବଲପୁରରେ ୧୭୭.୧ ମିମି ବର୍ଷା ରେକର୍ଡ କରାଯାଇଛି । ଦୁର୍ଗାପାଲି ଅଞ୍ଚଳରେ ୧୮୦ମିମି ବର୍ଷା ଓ ଧନକଉଡ଼ାରେ ୧୭୮.୨ ମିମି ବର୍ଷା ରେକର୍ଡ ହୋଇଛି । ଗତ ୪ଦିନ ମଧ୍ୟରେ ସମ୍ବଲପୁରରେ ହାରାହାରି ୧୦୭.୬୯ ମମି ବର୍ଷା ରେକର୍ଡ ହୋଇଛି । ଏପଟେ ୨ଟି ପର୍ଯ୍ୟାୟରେ ଆଜି ହୀରାକୁଦର ୮ଟି ଗେଟ୍ ଖୋଲାଯାଇଛି । ଏବେ ୧୬ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ହେଉଛି । ଯଦି ବର୍ଷା ବଢ଼େ ତେବେ ସମ୍ବଲପୁରର ଅବସ୍ଥା ଆହୁରି ଶୋଚନୀୟ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/24/30-2025-09-24-18-56-45.jpg)