କନକ ବ୍ୟୁରୋ: ମନରେଗା ଯୋଜନାରେ ବ୍ୟାପକ ଅର୍ଥ ବାଟମାରଣା ହେଉଛି।  ଏଭଳି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ । ମନ୍ତ୍ରୀ କହିଲେ , ବଡ଼ ବଡ଼ ଲୋକଙ୍କ ନାଁ ରେ ଜବକାର୍ଡ ରହିଛି । ସେମାନଙ୍କ ଆକାଉଣ୍ଟକୁ ଟଙ୍କା ବି ଯାଉଛି । ହେଲେ ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ଲାଭ ପାଉନାହାଁନ୍ତି । କାମ କରୁଥିବା ଲୋକ ଟଙ୍କା ପାଉନାହାନ୍ତି । ଫଳରେ ରାଜ୍ୟରେ ଦାଦନ ଶ୍ରମିକଙ୍କ ସମସ୍ୟା ବଢୁଛି । ତେଣୁ ଏ ଯୋଜନା ଉପରେ ତଦନ୍ତ କରାଯାଇ ଏହାକୁ ବନ୍ଦ କରି ଆଗକୁ ଓଡିଶାକୁ ଦାଦନ ମୁକ୍ତ କରିବାକୁ ନୂଆ ସରକାର ଚେଷ୍ଟା କରାଯିବ ।