କନକ ବ୍ୟୁରୋ: ଖରାଦିନେ ପଇଡ଼ ପାଣି ଖୁବ୍ ଉପକାରୀ । ଖାଲି ଖରାଦିନେ ନୁହେଁ ଏହାକୁ ସବୁ ଋତୁରେ ଆପଣ ପିଇପାରିବେ । କାରଣ ପଇଡ଼ ପାଣି ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ । ଏହା ଶରୀରକୁ ହାଇଡ୍ରେଟ୍ ରଖିଥାଏ । ଏଥିସହିତ ଇମ୍ୟୁନିଟି ବୁଷ୍ଟରର କାମ ମଧ୍ୟ କରିଥାଏ । ଏଥିରେ ଭିଟାମିନ୍ ସି, କ୍ୟାଲ୍ସିୟମ, ସୋଡିୟମ୍ ଏବଂ ମ୍ୟାଗ୍ନେସିୟମ ଭରପୁର୍ ଥାଏ । ଯାହା ଆମ ଶରୀର ପାଇଁ ଖୁବ୍ ଜରୁରୀ ହୋଇଥାଏ । ପଇଡ଼ ପାଣି ଏତେ ଲାଭଦାୟକ ହୋଇଥିଲେ ମଧ୍ୟ କିଛି ଲୋକଙ୍କ ପାଇଁ ଏହା କ୍ଷତିକାରକ ହୋଇପାରେ । ଚାଲନ୍ତୁ ଜାଣିବା କେଉଁ କେଉଁ ଲୋକ ପଇଡ଼ ପାଣି ପିଇପାରିବେନି । ପଇଡ଼ ପାଣିରେ ପୋଟାସିୟମ ଭୁରପୁର୍ ମାତ୍ରାରେ ରହିଥାଏ । ଯାହା କିଛି ଲୋକଙ୍କ ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଯାହାର ବୃକକ୍ ଜନିତ ସମସ୍ୟା ରହୁଛି ତାଙ୍କ ପାଇଁ ପଇଡ଼ ପାଣି ପିଇବା କ୍ଷତିକାରକ ।
ପଇଡ଼ ପାଣିରେ ପ୍ରାକୃତିକ ସୁଗାର ଥାଏ । ଯେଉଁମାନଙ୍କର ଡାଇବେଟିସ୍ ଅର୍ଥାତ ବ୍ଲଡ୍ରେ ସୁଗାର ସମସ୍ୟା ରହୁଛି ତାଙ୍କ ପାଇଁ ପଇଡ଼ ପାଣି ପିଇବା ଉଚିତ୍ ନୁହେଁ । ଯେଉଁ ଲୋକଙ୍କର ପୂର୍ବରୁ ଆଲର୍ଜି ସମସ୍ୟା ଅଛି, ପଇଡ଼ ପାଣି ପିଇବା ଦ୍ବାରା କିଛି ଲକ୍ଷଣ ଦେଖାଯାଉଛି ତେବେ ସେମାନଙ୍କୁ ଏଥିରୁ ନିବୃତ ରହିବା ଦରକାର । ପଇଡ଼ ପାଣି ପିଇବା ଦ୍ବାରା କୁଣ୍ଡେଇ ହବା , ନାଲି ନାଲି ଫଳି ଯିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ । କିଛି ବ୍ୟକ୍ତି ପଇଡ଼ ପାଣି ପିଇବା ଦ୍ବାରା ତାଙ୍କର ହଜମ ହୋଇନଥାଏ । ଯେଉଁଥିପାଇଁ ପେଟ ଫୁଲିବା ସହ ଡାଇରିଆ ହୋଇପାରେ । ଯେଉଁମାନେ ଓଜନ କମ୍ କରିବା ପାଇଁ ଷ୍ଟ୍ରିକ୍ଟ ଡାଏଟ୍ରେ ଅଛନ୍ତି ସେମାନେ ଅଧିକ ପଇଡ଼ ପାଣି ପିଇବା ଉଚିତ୍ ନୁହେଁ ।