କନକ ବ୍ୟୁରୋ: ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ରୋକିବା ପାଇଁ ସରକାର ଅନେକ ନିୟମ କରୁଛନ୍ତି । କିନ୍ତୁ ମୃତ୍ୟୁହାର କମିବା ପରିବର୍ତ୍ତେ ବଢ଼ିଚାଲିଛି । କଟକରେ ଚଳିତ ବର୍ଷ ୮ ମାସ ଭିତରେ ୩୫୨ଟି ଦୁର୍ଘଟଣାରେ ଗଲାଣି ୧୬୯ ଜଣଙ୍କ ଜୀବନ । ଯାହାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି ।

Advertisment

ରାଜ୍ୟରେ ଦୁର୍ଘଟଣା ହାର ବଢ଼ି ଚାଲିଥିବା ବେଳେ କଟକ ଜିଲ୍ଲାର ତଥ୍ୟ ବି ଚିନ୍ତାଜନକ । କଟକ ଜିଲ୍ଲାରେ ୨୦୨୩ରେ ୪୮୨ଟି ଦୁର୍ଘଟଣା ଘଟିଥିବା ବେଳେ ୨୧୪ ଜଣଙ୍କର ମୃତ୍ୟୁ ଘଟିଛି । ୨୦୨୪ରେ ୪୯୦ ଦୁର୍ଘଟଣାରେ ଯାଇଛି ୩୪୮ ଜୀବନ । ଚଳିତ ବର୍ଷ ୮ ମାସ ଭିତରେ ହିଁ ୩୫୨ଟି ଦୁର୍ଘଟଣାରେ ୧୬୯ ଜଣ ପ୍ରାଣ ହରାଇଛନ୍ତି । 

ବେପରୁଆ ଗାଡ଼ି ଚାଳନା ଦୁର୍ଘଟଣାର ପ୍ରମୁଖ କାରଣ । ତଥ୍ୟ କହୁଛି ମଦ୍ୟପାନ, ଓଭର ସ୍ପିଡ୍, ଓଭର ଲୋଡିଂ, ଡ୍ରାଇଭିଂ ବେଳେ ମୋବାଇଲ୍ ବ୍ୟବହାର, ସିଟ୍‌ ବେଲ୍ଟ ନପିନ୍ଧିବା ଯୋଗୁଁ ଯାଉଛି ଜୀବନ । ଏଭଳି ସ୍ଥିତିରେ ଟ୍ରାଫିକ୍ ନିୟମ ମାନିବା ଉପରେ ଗୁରୁତ୍ୱ ଦେଇଛନ୍ତି ସଡ଼କ ସୁରକ୍ଷା କର୍ମୀ । 

୮ ମାସରେ ୧୬୯ ମୃତ
ଟାଙ୍ଗୀରେ ସର୍ବାଧିକ ୨୧, ଜଗତପୁରରେ ୧୭
କଟକ ସହରରେ ୧୫, ସାଲେପୁରରେ ୧୦
ଚୌଦ୍ୱାରରେ ୧୦, ବାରଙ୍ଗରେ ୯ 

ଜିଲ୍ଲାରେ ମଦ୍ୟପାନ ଯୋଗୁଁ ୧୧୧ ଏବଂ ଓଭର ସ୍ପିଡିଂ ଯୋଗୁଁ ୧ ହଜାର ୫୨୯ ଜଣକ ଡିଏଲ୍ ବାତିଲ ହୋଇଛି ।