କନକ ବ୍ୟୁରୋ : ଭିତରକନିକାରୁ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଭୀଷଣ ବାତ୍ୟା ଦାନା । ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଛି ବ୍ୟାପକ ସୁରକ୍ଷା ବ୍ୟବସ୍ଥା । ଧାମରା ଅଞ୍ଚଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ କରାଯାଉଛି ସ୍ଥାନାନ୍ତର । ଚାଳ ଛପର, ପଲିଥିନ୍ ଘରେ ରହୁଥିବା ବସ୍ତି ବାସିନ୍ଦା ଓ ଗରିବ ଲୋକଙ୍କ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ଥିବା ସତ୍ତ୍ବେ ଲୋକମାନେ ଘର ଛାଡି ଯିବାକୁ ପ୍ରସ୍ତୁତ ହେଉନାହାଁନ୍ତି । ଏହି ପରିସ୍ଥିତିରେ ପୋଲିସ୍ ଯୋଦ୍ଧା ମାନେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଲୋକମାନଙ୍କୁ ବୁଝାଇ ସ୍ଥାନାନ୍ତର କରିବା ସହ କୁନି କୁନି ପିଲାମାନଙ୍କୁ କୋଳେଇ ନେଇ ସ୍ଥାନାନ୍ତର କରୁଛନ୍ତି ପୋଲିସ କର୍ମଚାରୀ ।