କନକ ବ୍ୟୁରୋ: ଝାଡ଼ା ବାନ୍ତି ପାଇଁ ଗାଁରେ ଭୟର ବାତାବରଣ । ଗାଁ ଛାଡ଼ି ଚାଲି ଯାଉଛନ୍ତି ଗ୍ରାମବାସୀ । କୋଟଗଡରେ ରଖାଯାଇ ରନ୍ଧା ଖାଦ୍ୟ ଦିଆଯାଉଛି। କନ୍ଧମାଳ କୋଟଗଡ ବ୍ଲକରେ ଝାଡ଼ାବାନ୍ତିରେ ଲୋକଙ୍କ ମୃତ୍ୟୁ ହେଉଛି। ଦୂର୍ଗାପଙ୍ଗା ପଞ୍ଚାୟତର କାଣୀବାରୁ, ସିନ୍ଧିବାଲି ବାଡିପଙ୍ଗା ଓ ଡିମିଲି କୂଟିଆ ଜନଜାତି ଅଞ୍ଚଳରେ ଡାଇରିଆ ବ୍ୟାପିବାରେ ଲାଗିଛି । ଦୁଇ ସପ୍ତାହ ମଧ୍ୟରେ ୧୦ ଜଣଙ୍କ ମୃତୁ ହୋଇଥିବା ଜଣାପଡ଼ିଛି । କୋଟଗଡ଼ ଓ ମୁନିଗୁଡା ସ୍ବାସ୍ଥ୍ୟକେନ୍ଦ୍ରରେ ଏବେ ବି ଆକ୍ରାନ୍ତ ଚିକିତ୍ସା ଜାରି ରହିଛି । ଅଞ୍ଚଳରେ ଗମନାଗମନ ସୁବିଧା ନଥିବାରୁ ଅନେକ ଆକ୍ରାନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇନପାରି ମୃତ୍ୟୁମୁଖରେ ପଡୁଥିବା ଅଭିଯୋଗ ହୋଇଛି । ଝାଡାବାନ୍ତିର କାରଣ ଜାଣିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପ୍ରଭାବିତ ଅଞ୍ଚଳରେ ପହଞ୍ଚିଛି । ଜିଲ୍ଲା ଚିକିତ୍ସାଧିକାରୀ ମଧ୍ୟ ଗାଁରେ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଲୋକ ପିଉଥିବା ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠା ଯାଇଛି
କନ୍ଧମାଳ କୋଟଗଡରେ ଡରାଉଛି ଡାଇରିଆ । ଝାଡ଼ାବାନ୍ତି ଭୟରେ ଖାଲି ହେଉଛି ଗାଁ ।
ଘରଦ୍ୱାର ଛାଡ଼ି ଅନ୍ୟତ୍ର ଚାଲିଯାଉଛନ୍ତି ଲୋକେ । ଅସ୍ଥାୟୀ କେନ୍ଦ୍ରରେ ରଖି ରନ୍ଧା ଖାଦ୍ୟ ଦେଉଛି ପ୍ରଶାସନ । କନ୍ଧମାଳ କୋଟଗଡ ବ୍ଲକରେ ଝାଡ଼ାବାନ୍ତିରେ ଲୋକଙ୍କ ମୃତ୍ୟୁ ହେଉଛି ।