Block office Photograph: (kanak news)
କନକ ବ୍ୟୁରୋ : ଅବ୍ୟବସ୍ଥିତ ଅବସ୍ଥାରେ ପଡ଼ିରହିଛି କେନ୍ଦ୍ରାପଡ଼ା ବ୍ଲକ , ପିଇବା ପାଣିର ବ୍ୟବସ୍ଥା ନାହିଁ । ଶୌଚାଳୟ ପରିତ୍ୟକ୍ତ ହୋଇପଡ଼ିରହିଛି । ବ୍ଲକ ଭିତର ଅପରିଷ୍କାରିତା ସବୁ ସୀମା ଟପିଯାଇଛି । ଫଳରେ ବ୍ଲକକୁ ଆସୁଥିବା ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁଠିକି ପ୍ରତିଦିନ ଶହଶହ ଲୋକ ନିଜ କାମ ପାଇଁ ଆସନ୍ତି । ଯେଉଁଠାରୁ ସ୍ବଚ୍ଛ ଭାରତ ଯୋଜନାର ଆରମ୍ଭ ହେଉଛି , ସେଠି ସ୍ବଚ୍ଛତାର ଚିହ୍ନବର୍ଣ୍ଣ ନାହିଁ ।
ଆମେ କହୁଛୁ କେନ୍ଦ୍ରାପଡ଼ା ବ୍ଲକ କଥା , ବ୍ଲକ ପରିସର ବଣ ବୁଦାରେ ଭର୍ତ୍ତି । ଭିତର ଅବସ୍ଥା ବି କିଛି ଭଲ ନାହିଁ, ଖତ ଖାଉଛି ଗଦା ଗଦା ଟ୍ରାଇ ସାଇକେଲ୍ । ଯୁଆଡ଼େ ଦେଖିବ ପୁଳାପୁଳା ପାନ ଛେପ । ଦେଖିଲେ ଲାଗୁଛି ବ୍ଲକ ନୁହେଁ ତ’ ଆବର୍ଜନା କୁଣ୍ଡ। ଏପରିକି ବ୍ଲକକୁ ଗଲେ ବସିବାକୁ ବି ଜାଗା ମିଳୁନି । ଏପରି ପରିସ୍ଥିତିରେ ଶୌଚାଳୟ, ପିଇବା ପାଣି ଏସବୁ କଥା ନକହିବା ଭଲ ।
ଅଧିକ ପଢ଼ନ୍ତୁ--ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ବାସ୍ଥ୍ୟ ଖରାପ ; ହସ୍ପିଟାଲ ଏବେ ଭୂତକୋଠିରେ ପରିଣତ
ଶୌଚାଳୟରେ ଗଛ ଲତା ମାଡ଼ିଗଲାଣି, ପାଣି ଆସୁନି । ଫଳରେ ଶୌଚ ପାଇଁ ନାଳ କଡ଼କୁ ଯିବାକୁ ପଡ଼ୁଛି। ପିଇବା ପାଇଁ ପାଣି ଟୋପାଏ ବି ନାହିଁ । ଏମିତି ନାହିଁ ନାହିଁରେ ଚାଲିଛି କେନ୍ଦ୍ରାପଡ଼ା ବ୍ଲକ । ଆଉ ବିଡିଓ କହୁଛନ୍ତି ବ୍ଲକରେ ସବୁ ସୁବିଧା ଅଛି । ଯଦି ଲୋକଙ୍କ ହିତରେ ଲାଗିବ ପାଇଁ ଥିବା ବ୍ଲକର ଅବସ୍ଥା ଏମିତି ତାହେଲେ ଲୋକ ଉପକୃତ ହେବେ କେଉଁଠି ।
Follow Us