କନକ ବ୍ୟୁରୋ : ଦେବଭୂମି ଉତ୍ତରାଖଣ୍ଡର କେଦାରନାଥରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଯେଉଁଠାରେ କେଦାରନାଥ ଯାତ୍ରାରେ ଯାଉଥିବା କିଛି ତୀର୍ଥଯାତ୍ରୀଙ୍କୁ ଦୁର୍ଘଟଣାର ସାମ୍ନା କରିବାକୁ ପଡ଼ିଛି । ଗୌରୀକୁଣ୍ଡ ଏବଂ ରାମବାଡ଼ା ମଧ୍ୟରେ ପଡ଼ୁଥିବା ଜଙ୍ଗଲ ଚଟ୍ଟିଠାରେ ପୋଲ୍ ନମ୍ବର ୧୫୩ ନିକଟରେ କିଛି ତୀର୍ଥଯାତ୍ରୀ ପାହାଡ଼ରୁ ଘାଇ ତଳକୁ ଖସି ପଡ଼ିଥିବାର ସୂଚନା ଆସୁଛି । ଘଟଣାସ୍ଥଳରେ ୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୩ ଜଣ ଗୁରୁତର ଥିବା ଜଣାପଡ଼ିଛି । ଜଣେ ତୀର୍ଥଯାତ୍ରୀ ନିଖୋଜ ଥିବାର ମଧ୍ୟ ସୂଚନା ମିଳୁଛି । ଦୁର୍ଘଟଣାର ସୂଚନା ମିଳିବା କ୍ଷଣି ଘଟଣାସ୍ଥଳକୁ DDRFର ଟିମକୁ ପଠାଇ ଦିଆଯାଇଛି । 

Advertisment
kedar
kedar Photograph: (kanaknews)

ଏହି ଘଟଣା ଜୁନ୍ ୧୮ ତାରିଖ ଅର୍ଥାତ ଆଜି ଦିନ ୧୨ ଟା ବେଳେ ଘଟିଥିବାର ଜଣାପଡ଼ିଛି । ଘଟଣା ଘଟିବାର କିଛି ସମୟ ପରେ ଘଟଣାସ୍ଥଳରେ DDRF ର ଟିମ୍ ଏବଂ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଜାତୀୟ ଗଣମାଧ୍ୟମର ସୂଚନାନୁସାରେ ଉଦ୍ଧାରକାରୀ ଟିମ୍ ୨ ତୀର୍ଥଯାତ୍ରୀଙ୍କ ମୃତଦେହ ଏବଂ ଜଣେ ଗୁରୁତରଙ୍କୁ ରେସ୍କ୍ୟୁ କରି ଗୌରୀକୁଣ୍ଡ ପ୍ରାଥମିକ ପରୀକ୍ଷା ପାଇଁ ପଠାଇ ଦେଇଛି । ତେବେ ଏଭଳି ଘଟଣା ପ୍ରଥମଥର ନୁହେଁ ଜୁନ୍ ୧୫ ତାରିଖରେ ମଧ୍ୟ ଏଭଳି ଏକ ଦୁର୍ଘଟଣା ଘଟିଥିଲା ଯେଉଁଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।