ବାରମ୍ବାର ବିଜୁଳି ବିଭ୍ରାଟ ନେଇ ତାତିଲେ ଲୋକେ । ପ୍ରତିବାଦରେ ୧୨ ଘଣ୍ଟିଆ କଙ୍କଡ଼ାହାଡ଼ ବ୍ଲକ ବନ୍ଦ

ବାରମ୍ବାର ବିଜୁଳି ବିଭ୍ରାଟ ପରେ ତାତିଲେ ଲୋକେ । ଢେଙ୍କାନାଳ କଙ୍କଡ଼ାହାଡ଼ରେ ବିଦ୍ୟୁଟ କାଟ୍ ପ୍ରତିବାଦରେ ଆଜି ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଲୋକମାନଙ୍କ ପକ୍ଷରୁ ଦୋକାନ ବଜାର ବନ୍ଦ ସହ ପ୍ରତିବାଦ ଦେଖିବାକୁ ମିଳିଛି ।

20

କନକ ବ୍ୟୁରୋ : ବାରମ୍ବାର ବିଜୁଳି ବିଭ୍ରାଟ ପରେ ତାତିଲେ ଲୋକେ । ଢେଙ୍କାନାଳ କଙ୍କଡ଼ାହାଡ଼ରେ ବିଦ୍ୟୁଟ କାଟ୍ ପ୍ରତିବାଦରେ ଆଜି ୧୨ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଲୋକମାନଙ୍କ ପକ୍ଷରୁ ଦୋକାନ ବଜାର ବନ୍ଦ ସହ ପ୍ରତିବାଦ ଦେଖିବାକୁ ମିଳିଛି । ପାୱାର କଟକୁ ନେଇ ଲୋକଙ୍କ ମନରେ ଆକ୍ରୋସ ବଢ଼ିବା ସହ ବିଜୁଳି କାର୍ୟ୍ୟାଳୟ ଘେରିଛନ୍ତି ଶତାଧିକ ଲୋକେ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । 

ଜିଲ୍ଲାର ଆଦିବାସୀ ବହୁଳ ବ୍ଲକ ହେଉଛି କଙ୍କଡାହାଡ଼। ତେଣୁ ବିଜୁଳି କାଟ ଯୋଗୁଁ ବହୁ ସମସ୍ୟା ଭୋଗୁଛନ୍ତି ଲୋକେ । ସେପଟେ ସୁଭଦ୍ରା ଯୋଜନା ପଞ୍ଜିକରଣ ଓ ଆଧାରକାର୍ଡ ସଂଶୋଧନ ପାଇଁ ଲମ୍ବା ଲାଇନ ଲାଗୁଥିବା ବେଳେ ବିଦୁଳି କାଟ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ସେହିପରି ବଦ୍ୟାଳୟରେ ପାଠପଢ଼ାରୁ ନେଇ ଡାକ୍ତରଖାନାରେ ରୋଗୀ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ଏନେଇ ବିଡିଓଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ ସମାଧାନ ହେଉ ନଥିବାରୁ ଆଜି ୧୨ ଘଣ୍ଟିଆ କଙ୍କଡ଼ାହାଡ଼ ବନ୍ଦ କରିଛନ୍ତି ଲୋକେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe