ରାଜଧାନୀରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଶସ୍ତାରେ ମିଳିବ ଘର : ୧୪ ଲକ୍ଷରେ ଘର ଯୋଗାଇବେ ସରକାର

ରାଜଧାନୀ ଭୁବନେଶ୍ୱରରେ ଚଉଦ ଲକ୍ଷ ଟଙ୍କାରେ ମିଳିବ ଘର ।  ଏଥିପାଇଁ ସରକାର ମନସ୍ଥ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । 

05

Photograph: (KANAKNEWS)

କନକବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଚଉଦ ଲକ୍ଷ ଟଙ୍କାରେ ମିଳିବ ଘର ।  ଏଥିପାଇଁ ସରକାର ମନସ୍ଥ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।  ଆଜିର ଦିନରେ ପାଖାପାଖି କୋଟିଏ ଟଙ୍କା ନହେଲେ ରାଜଧାନୀରେ ଘର କିଣିବା କଷ୍ଟକର ହୋଇପଡୁଛି । ଏଭଳି ସ୍ଥିତିରେ ପ୍ରାଥମିକ  ପର୍ଯ୍ୟାୟରେ ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରକୁ ୧୪ ଲକ୍ଷରୁ ୫୦ଲକ୍ଷ ଟଙ୍କା ଭିତରେ ଘର ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe