କନକବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଚଉଦ ଲକ୍ଷ ଟଙ୍କାରେ ମିଳିବ ଘର ।  ଏଥିପାଇଁ ସରକାର ମନସ୍ଥ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।  ଆଜିର ଦିନରେ ପାଖାପାଖି କୋଟିଏ ଟଙ୍କା ନହେଲେ ରାଜଧାନୀରେ ଘର କିଣିବା କଷ୍ଟକର ହୋଇପଡୁଛି । ଏଭଳି ସ୍ଥିତିରେ ପ୍ରାଥମିକ  ପର୍ଯ୍ୟାୟରେ ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରକୁ ୧୪ ଲକ୍ଷରୁ ୫୦ଲକ୍ଷ ଟଙ୍କା ଭିତରେ ଘର ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।