କନକ ବ୍ୟୁରୋ : ପ୍ରଥମେ ପ୍ରଦୂଷଣ ସାର୍ଟିଫିକେଟ୍, ପରେ ଗ୍ରିନ୍ ଷ୍ଟିକର ଆଉ ତାପରେ ଟୋଲ୍ ଗେଟରେ ଇ-ଡିଟେକ୍ସନ୍ । ପରିବହନ ବିୠାଗ ତରଫରୁ ନିଆଗଲା ଏଭଳି କିଛି କଡ଼ା ନିଷ୍ପତି । ଯାହାକୁ ନେଇ ଜନ ଅସନ୍ତୋଷ ମଧ୍ୟ ତେଜିଲା । ହେଲେ ସବୁଠାରୁ ବଡ କଥା ହେଉଛି, ଯେଉଁ ନିଷ୍ପତି ପରିବହନ ବିଭାଗ ତରଫରୁ ନିଆଯାଉଛି, ପରେ ତାର ନିୟମ ବା ଡେଡଲାଇନ ମଧ୍ୟ ବଦଳୁଛି । ପରିବହନ କମିସନୀ ଯେଉଁ କଥା କହୁଛନ୍ତି ତାର ବିପରୀତ କଥା କହୁଛନ୍ତି ମନ୍ତ୍ରୀ । ଯେମିତିକି ଗ୍ରୀନ ଷ୍ଟିକର ଆସନ୍ତା ୧୦ ତାରିଖ ପାଖରୁ ଲାଗିବ, ସେ କଥାକୁ କାଟି ମନ୍ତ୍ରୀ କହିଲେ ଗ୍ରୀନ ଷ୍ଟିକର ବାଧ୍ୟତାମୂଳକ ନୁହେଁ । ହେଲେ ଗତକାଲି ପରିବହନ ମନ୍ତ୍ରୀ ପ୍ରେସ ରିଲିଜ ଜରିଆରେ କହିଲେ , ଏପ୍ରିଲ ମାସ ଯାଏଁ ବଢ଼ିଲା ପରିବହନ ସାର୍ଟିଫିକେଟ୍ ଯାଞ୍ଚ ଅବଧି । ସେହିପରି ଟୋଲ୍ ଗେଟରେ ଇ-ଡିଟେକ୍ସନ୍ ବ୍ୟବସ୍ଥାରେ କଟିବନି ଫାଇନ ।
ଅଧିକ ପଢ଼ନ୍ତୁ : କୋହଳ ହେଲା ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ: ପୂର୍ବରୁ ୧୦ହଜାର ଟଙ୍କା ଜରିମାନା କଟିଥିଲେ କଣ କରିବେ ଜାଣନ୍ତୁ
ଜରିମାନା ଜୁଲମକୁ ନେଇ ଜନ ଅସନ୍ତୋଷ ତେଜିଲା । ସାଧାରଣ ଜନତା ମଧ୍ୟ ବିରୋଧ କଲେ । ରାଜ ରାସ୍ତାକୁ ଓହ୍ଲାଇଲେ ବିରୋଧୀ, ଗତକାଲି ବିଜେଡି ତରଫରୁ ପ୍ରତିବାଦ କରାଗଲା, ଆସନ୍ତା କାଲି ଯୁବ କଂଗ୍ରେସ ତରଫରୁ ପରିବହନ ମନ୍ତ୍ରୀଙ୍କ ବାସ ଭବନ ଘେରାଉ କରାଯିବ । ସେପଟେ ବିଜେପି କହିଛି ପରିବେଶ ପ୍ରଦୂଷଣ ରୋକିବାକୁ ସଂସ୍କାରମୂଳକ ପଦକ୍ଷେପ ନେଉଛନ୍ତି ସରକାର । ଏ ସମ୍ପର୍କୀତ ଏକ ମାମଲାର ଶୁଣାଣି କରି ୧୫ ଦିନ ଭିତରେ ସରକାରଙ୍କୁ ଜବାବ ମାଗିଛନ୍ତି ହାଇକୋର୍ଟ । ସେପଟେ ଜରିମାନା ପୈଠ କଲେ ହିଁ ହୋଇପାରିବ ପ୍ରଦୂଷଣ ଯାଞ୍ଚ । ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଏହି ନିର୍ଦ୍ଦେଶନାମା ଜାରି କରିବା ପରଠାରୁ ଗାଡି ମାଲିକଙ୍କ ଚିନ୍ତା ବଢିବାରେ ଲାଗିଛି । ଚାଲାଣ ପୈଠ ପାଇଁ ବିଭିନ୍ନ କେନ୍ଦ୍ରରେ ବଢିବାରା ଲାଗିଛି ଭିଡ । ସମସ୍ୟାର ସମାଧାନ ପାଇଁ ପରିବହନ ବିଭାଗ ଇ-ଚାଲାଣର ବ୍ୟବସ୍ଥା ବି କରିଛି । ଆଉ ଏହି ସମୟରେ ସାଇବର ଠକ ବିଛାଇଛନ୍ତି ଠକାମିର ଜାଲ ।
ଜରିମାନା ପୈଠ କରିବା ପାଇଁ ଚିନ୍ତାରେ ଗାଡି ଚାଳକ। ଜରିମାନା ସଂଗ୍ରହ କେନ୍ଦ୍ର ବାହାରେ ଜମୁଛି ଭିଡ। ଅନଲାଇନରେ ବି ଅନେକ ପୈଠ କରୁଛନ୍ତି। ଏହାର ସୁଯୋଗ ନେଇ ଟଙ୍କା ଲୁଟିବାର ଜାଲ ବିଛାଇଛନ୍ତି ସାଇବର ଠକ । ଆପଣଙ୍କ ମୋବାଇଲକୁ ବି ଆସିଥାଇପାରେ ଏଭଳି ମେସେଜ । ଲିଙ୍କ କ୍ଲିକ କଲେ ଜରିମାନା ପୈଠ କରିହେବ ବୋଲି ମେସେଜ ଘୁରିବୁଲୁଛି । ଯଦି ଆପଣଙ୍କୁ ବି ଏଭଳି ମେସେଜ ଆସୁଛି ତେବେ ହୋଇଯାନ୍ତୁ ସାବଧାନ । କାରଣ ଲିଙ୍କ କ୍ଲିକ କରିବା ମାତ୍ରକେ ଆପଣଙ୍କ ମୋବାଇଲରେ ଇନଷ୍ଟଲ ହୋଇଯିବ ଏପିକେ ଫାଇଲ । ଆଉ ଆପଣଙ୍କ ଅଜାଣତରେ ଆପଣଙ୍କ ମୋବାଇଲର ନିୟନ୍ତ୍ରଣ ରହିଯିବ ସାଇବର ଠକଙ୍କ ହାତରେ । ବାସ କେଇ ମୁହୁର୍ତ୍ତରେ ଆପଣଙ୍କ ବ୍ୟାଙ୍କ ଖାତା ହୋଇପାରେ ସମ୍ପୂର୍ଣ୍ଣ ଖାଲି।
ଅଧିକ ପଢ଼ନ୍ତୁ : ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ଜରିମାନା ଯନ୍ତ୍ରଣା ଭୋଗୁଛନ୍ତି ଗାଡି ଚାଳକ
ସଡକ ସୁରକ୍ଷା ବିଶେଷଜ୍ଞ ସୁବ୍ରତ ନନ୍ଦଙ୍କୁ ବି ଆସିଥିଲା ଏଭଳି ନକଲି ଚାଲାଣ। ସାଇବର ଠକଙ୍କ ଜାଲରେ ପଡିବା ପୂର୍ବରୁ ଏସମ୍ପର୍କରେ ପରିବହନ କମିଶନରଙ୍କୁ ଜଣାଇଛନ୍ତି ସୁବ୍ରତ ନନ୍ଦ । ତେବେ ଏଭଳି ଫେକ ବା ନକଲି ମେସେଜ ଆସିଲେ ଏଥିପ୍ରତି ଗୁରୁତ୍ବ ନଦେବାକୁ ସଜାଗ କରାଇଛନ୍ତି ସାଇବର ବିଶେଷଜ୍ଞ। ଆପଣଙ୍କ ଅଜାଣତରେ ଆପଣଙ୍କ ମୋବାଇଲରେ ଏପିକେ ଫାଇଲ ଇନଷ୍ଟଲ ହୋଇଥିଲେ ତାହାକୁ କିଭଳି ଅନଇନଷ୍ଟଲ କରିପାରେବେ ସେନେଇ ପରାମର୍ଶ ଦେଇଛନ୍ତି । ବକେୟା ଇ-ଚାଲାଣ ପୈଠ ପାଇଁ ଅଜଣା ଲିଙ୍କରେ ପୈଠ ନକରି ପରିବହନ ବିଭାଗର ଇ-ଚାଲାଣ.ପରିବହନ.ଜିଓଭି.ଇନରେ ପୈଠ କରିବାକୁ କହିଛି ବିଭାଗ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/09/bbsr-2026-01-09-20-08-39.jpg)