କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଯୋଡ଼େଙ୍ଗା ପଞ୍ଚାୟତ ନୂଆଗାଁର ସାନପାରାରେ ଚିନ୍ତାରେ ପକାଇଲାଣି ମ୍ୟାଲେରିଆ । ଏଠାରେ ରାଇସିଂ ଗଣ୍ଡ (୧୮) ଓ ବଡ଼ପାରା ର ବିଷ୍ଣୁ ଗଣ୍ଡ (୨୦) ଦୁଇ ଜଣ ଙ୍କ ମ୍ୟାଲେରିଆ ଯୋଗୁଁ ଗତ କାଲି ମୃତ୍ୟୁ ପରେ ଗ୍ରାମରେ ଏବେ କାକୁଆ ଭୟ, ଗ୍ରାମବାସୀ ଡାକ୍ତରୀ ଚିକିତ୍ସା ଉପରେ ଭରସା ହରାଇ ଗୁଣି ଗାରେଡି ପୂଜାପାଠର ଆଶ୍ରୟ ନେଇଛନ୍ତି ।
ଅନ୍ୟପଟେ ଗ୍ରାମରେ କାଲି ଅସ୍ଥାୟୀ କ୍ୟାମ୍ପ ସ୍ୱାସ୍ଥ ବିଭାଗ ପକ୍ଷରୁ ଖୋଲିଥିଲେ ମଧ୍ୟ ଆଜି ମହିଳା ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀଙ୍କୁ ଛାଡିଦେଲେ ଆଉ କେହି ବିଭାଗ ପକ୍ଷରୁ ନାହାନ୍ତି,ଏହି ଦୁଇ ଗ୍ରାମରୁ ୧୫ ଜଣଙ୍କୁ ଜ୍ୱର ହେଉଥିବା ଯୋଗୁଁ ଘରେ ରହି ଚିକିତ୍ସିତ ହେଉଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଜଣଙ୍କ ମ୍ୟାଲେରିଆ ଯୋଗୁଁ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିବା ବେଳେ ଅନ୍ୟ ଜଣ ଙ୍କ ମୃତ୍ୟୁର କାରଣ ଜଣା ପଡିନଥିବା ପ୍ରକାଶ କରିଥିଲେ । ଗତକାଲି ହାଟଭରଣ୍ଡୀ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରର ଟିମ ଓ ଜିଲ୍ଲା ମ୍ୟାଲେରିଆ ଟିମ ଗ୍ରାମରେ ରହି ଚିକିତ୍ସା କରିଥିଲେ । ମ୍ୟାଲେରିଆରେ ଆକ୍ରାନ୍ତ ଜଣେ ରୋଗୀ ପ୍ରକାଶ କରିଛନ୍ତି କିଛି ଦିନ ତଳେ ଏହି ଦୁଇ ଗ୍ରାମର ୨୩ ଜଣ ରାୟଗଡା ଜିଲ୍ଲା ପାଞ୍ଚବାଇକୁ ନୀଳଗିରି ଗଛ କାଟିବାକୁ ଯାଇ ସେହିଠାରୁ ଅସୁସ୍ଥ ହୋଇଥିଲେ ।
ଦଶ ଦିନ ପୂର୍ବେ ଗ୍ରାମ ଫେରି ଚିକତ୍ସା ପାଇଁ କୈଳାସ ଗଣ୍ଡ ହାଟଭରଣ୍ଡୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ ସେହିଠାରେ ବିଷ ଖାଇଥିବା କହି ପଟାସ ପାଣି ପିଆଇ ବାନ୍ତି କରାଇ ଉମରକୋଟ ଚିକତ୍ସା ପାଇଁ ପଠେଇ ଦେଇଥିଲେ ଫଳରେ ରୋଗୀମାନେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାକୁ ଭୟ କରିଥିଲେ ମ୍ୟାଲେରିଆ ବ୍ୟାପିବା ପରେ ଡାକ୍ତରୀ ଟିମ୍ ଗ୍ରାମରେ ପହଞ୍ଚି ଥିଲେ କିନ୍ତୁ ଆଜି ଗ୍ରାମରେ ରୋଗୀଙ୍କୁ ଗୁଣି ଗାରେଡି ପୂଜାପାଠ କରୁଥିବା ଦେଖା ଦେଇଛି । ସ୍ୱାସ୍ଥ ବିଭାଗର ସଚେତନତା ଅଭାବ ସହ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବିଫଳର ଯୋଗୁଁ ଦୁଇ ଜୀବନ ଚାଲି ଯାଇଛି ।