କନକ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳରେ ଗୋଠଛଡ଼ା ଦନ୍ତା ଆତଙ୍କ ହଟୁନି । ସଞ୍ଜ ନଇଁବା ମାତ୍ରେ ହାତୀଟି ଜନବସତି ଆଡକୁ ମାଡ଼ି ଆସୁଛି । ଗତକାଲି ସଂଧ୍ୟା ୭ଟା ସମୟରେ ପିଡ଼ିକାମାହା ମୁଖ୍ୟରାସ୍ତାକୁ ଆସି ନନ୍ଦଗିରି ଟାଙ୍କିସାହିରେ ପଶିଥିଲା । କଳିଙ୍ଗା-ଘୁ. ଉଦୟଗିରି ରାଜ୍ୟ ରାଜପଥ କଡ଼ରେ ଥିବା ଏହି ସାହିରେ ପଶି ଘର ଭାଙ୍ଗି ଦେଇଥିଲା । ଘରେ ଥିବା ଖାଦ୍ୟ ଖାଇବା ସହ ବଗିଚାରେ ପଶି କଦଳୀ, ମକା ଓ ଫସଲ ସମେତ ଅନ୍ୟାନ୍ୟ ପନିପରିବା ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି । ଲୋକମାନେ ଭୟରେ ଖିଆପିଆ ଛାଡ଼ି ପିଲାଛୁଆଙ୍କୁ ଧରି ରାତି ସାରା ଛାତ ଉପରେ ଆଶ୍ରୟ ନେଇଥିଲେ ।

Advertisment

ହାତୀଟି ୩ ମାସ ହେଲାଣି ଲୋକଙ୍କ ନିଦ ହଜେଇ ଦେଇଛି । ରାଜପଥରେ ବୁଲୁଛି । ଘରେ ପଶି ଧାନ ଚାଉଳ ଖାଉଛି । ଏହାରି ଭିତରେ ସେ ୩ ଜଣଙ୍କ ଜୀବନ ନେଇ ସାରିଛି । ହାତୀକୁ ଘଉଡ଼ାଇବାକୁ ବନ କର୍ମଚାରୀ ଲାଗିଛନ୍ତି । ପ୍ରାୟ ୭୦ରୁ ଅଧିକ ବନକର୍ମଚାରୀ ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ ହାତୀ ପଥ ବଦଳାଇ ଦେବାରୁ କାର୍ୟ୍ୟରେ ସଫଳତା ମିଳିନାହିଁ । ଖାଦ୍ୟ ମୋହ ଛାଡ଼ି ଘୁମୁସର ଜଙ୍ଗଲକୁ ଫେରିବାର ନାଁ ଧରୁନାହିଁ । ସନ୍ଧ୍ୟା ୬ଟା ହେଲେ ଲୋକେ ଘରୁ ବାହାରୁ ନାହାନ୍ତି । ଏମିତିକି ବାଇକ୍ ଦ୍ବାରା ଯିବା ଆସିବା କରିବା ବନ୍ଦ କରିଦେଲେଣି ।

ଗାଁ ଗାଁରେ ବୁଲୁଛି ହାତୀ
ଛାତ ଉପରେ ବିତିଲା ରାତି
ଘଉଡ଼ାଇବାକୁ ନାକେଦମ୍‌ ବନ କର୍ମଚାରୀ
ପିଡ଼ିକାମାହା ଏବଂ ନନ୍ଦଗିରିରେ ଦନ୍ତା ଉତ୍ପାତ
ପଥ ବଦଳାଇ ଦେଇଛି ଗୋଠଛଡ଼ା ଦନ୍ତା
୩ ମାସ ହେଲା ଫେରୁନି ଘୁମୁସର ଜଙ୍ଗଲ
ହଜିଗଲାଣି ଲୋକଙ୍କ ନିଦ
ଛାତ ଉପରେ କଟୁଛି ରାତି
ରାଜପଥରେ ବୁଲୁଛି ଦନ୍ତା
୩ ମାସରେ ୩ ଜଣଙ୍କ ଜୀବନ ଗଲାଣି
ହାତୀ ଘଉଡ଼ାଇବାରେ ଲାଗିଛନ୍ତି ୭୦ ବନ କର୍ମଚାରୀ