କନକ ବ୍ୟୁରୋ : ଆଧାର ସଂଶୋଧନ ପାଇଁ ରାତି ସାରା ଡାକଘର ଜଗିଲେ ହିତାଧିକାରୀ । ବାଲେଶ୍ବର ଜିଲ୍ଲା ଭୋଗରାଇ ଉପଡାକଘର ସାମ୍ନାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ହିତାଧିକାରୀ ସାମିଲ ପାଇଁ ଆଧାରର ମୋବାଇଲ ନମ୍ବର ସଂଯୋଗ ହେବା ଅତି ଜରୁରୀ । ତେଣୁ ଆଧାର ସଂଶୋଧନ ପାଇଁ ବିଭିନ୍ନ ଜନସେବା କେନ୍ଦ୍ର ଏବଂ ଡାକଘର ସମୁଖରେ ଲୋକେ ଲମ୍ବା ଲାଇନ ଦେଇଛନ୍ତି । ତେବେ ଜନସେବା କେନ୍ଦ୍ରରେ ଅଧିକ ଟଙ୍କା ନେଉଥିବା ବେଳେ ଡାକଘରେ ସ୍ୱଳ୍ପ ମୂଲ୍ୟରେ ଆଧାର ସଂଶୋଧନ ପାଇଁ ଗହଳି ଲାଗୁଛି । ଖାଲି ସେତିକି ନୁହେଁ ସନ୍ଧ୍ୟାରୁ ଆସୁଥିବା କିଛି ଲୋକେ ନିଜ ନିଜ ଭିତରେ କାଗଜରେ ଶିରିଏଲ ନଂବର ମଧ୍ୟ କରୁଛନ୍ତି । ତେବେ ଧାଡିକୁ ନେଇ ଧାଡିରେ ରହିବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଉତେଜନା ପ୍ରକାଶ ପାଇଛି। ଭୋଗରାଇ ତହସିଲଦାର ଡାକଘରେ ପଂହଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।