କନକ ବ୍ୟୁରୋ: କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଏବେ ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ପାଇ ପାରିବେ ଆୟୁଷ୍ମାନ ଯୋଜନାର ଲାଭ । ଏନେଇ କେନ୍ଦ୍ର କ୍ୟାବିନେଟରେ ମୋହର ବାଜିଛି । ଏହାଦ୍ୱାରା ଦେଶର ପ୍ରାୟ ସାଢ଼େ ୪ କୋଟି ପରିବାରର ୬ କୋଟି ବରିଷ୍ଠ ନାଗରିକ ଉପକୃତ ହେବେ । ଏହା ପୂର୍ବରୁ ୧୨.୩ କୋଟି ପରିବାରକୁ ଏହି ଯୋଜନାର ଲାଭ ମିଳୁଥିଲା । ଆୟୁଷ୍ମାନ ଯୋଜନା ମାଧ୍ୟମରେ ହିତାଧିକାରୀଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କାର ସହାୟତା ମିଳିପାରିବ ।
ଏହାବ୍ୟତୀତ କ୍ୟାବିନେଟ ବୈଠକରେ ପିଏମ ଇ-ଡ୍ରାଇଭ ଯୋଜନାକୁ ମଧ୍ୟ ମଞ୍ଜୁରୀ ମିଳିଛି । ଦେଶରେ ପ୍ରଦୂଷଣ ମାତ୍ରା କମାଇବା ପାଇଁ ଏହି ଯୋଜନା ଆଣିଛନ୍ତି କେନ୍ଦ୍ର ସରକାର । ଏହି ଯୋଜନାର କାର୍ୟ୍ୟକାରିତା ପାଇଁ ୧୦ ହଜାର ୯୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେହିପରି ପିଏମ୍ ଇ-ବସ୍ ଯୋଜନା ପାଇଁ ୩,୪୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ପିଏମ୍ ଗ୍ରାମ ସଡ଼କ ଯୋଜନାରେ ୭ ହଜାର ୧୨୫ କୋଟି ଟଙ୍କାକୁ କ୍ୟାବିନେଇ ମଞ୍ଜୁରୀ ମିଳିଛି । ଏହି ଯୋଜନାରେ ୨୦୨୯ ସୁଦ୍ଧା ୬୨ ହଜାର ୫୦୦ କିଲୋମିଟର ରାସ୍ତା ନିର୍ମାଣ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/gb7iOOrypvVVgpz1uf1I.jpg)