କନକ ବ୍ୟୁରୋ : ରାଉରକେଲାରୁ ଜଗଦଲପୁର ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ ଇଞ୍ଜିନର ପେଣ୍ଟୋଗ୍ରାଫ ଅଚଳ । କାଶୀପୁର ବ୍ଲକର ଲେଲିଗୁମ୍ବା ରାଉଳି ନିକଟରେ ଅଚଳ ହେବା ଯୋଗୁଁ କେ.ଆର ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଜି ସକାଳୁ ଟ୍ରେନଟି ଅଟକି ରହିଛି । ଇଣ୍ଟରସିଟି ଏକ୍ସପ୍ରେସ ଲେଲିଗୁମ୍ମା ରାଉଳି ମଧ୍ୟରେ ଅଟକି ରହିଥିବା ବେଳେ ଭୁବନେଶ୍ବରରୁ ଜଗଦଲପୁର ଯାଉଥିବା ଲେଲିଗୁମାଠାରେ ହୀରାଖଣ୍ଡ ଏକ୍ସପ୍ରେସ୍ ଅଟକି ରହିଥିବା ସୂଚନା ମିଳିଛି । ୩ ଘଣ୍ଟାରୁ ଅଧିକ ହେଲାଣି ଏହି ରୁଟ୍ରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇପଡିଛି ।
ଯାତ୍ରୀମାନଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଗତକାଲି ସନ୍ଧ୍ୟାରେ ଜୟପୁର କୋରାପୁଟ ରୁଟରେ ଥିବା ଜରଟି ନିକଟରେ ଏକ ମାଲବାହି ଟ୍ରେନର ପେଣ୍ଟୋଗ୍ରାଫ ଅଚଳ ହେବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ୧୨ ଘଣ୍ଟା ମଧ୍ୟରେ ଏହି ରୁଟ୍ରେ ଦୁଇ ଦୁଇଟି ଟ୍ରେନର ପେଣ୍ଟୋଗ୍ରାଫ ଅଚଳ ହେବା ଘଟଣା ରେଳ ବିଭାଗକୁ ଚିନ୍ତାରେ ପକାଇବା ସହ ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି ।