କନକ ବ୍ୟୁରୋ: ବିଧାନସଭାରେ ଉଠିଲା ପୂର୍ବତନ ବିଧାୟକଙ୍କ ପେନସନ୍ ବଢିବା ପ୍ରସଙ୍ଗ । ବୁଧବାର ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ତାଙ୍କ କହିବା ମୁତାବକ, ପୂର୍ବତନ ବିଧାୟକମାନେ ବହୁତ କମ୍ ପେନସନ୍ ପାଉଛନ୍ତି, ତେଣୁ ସେମାନଙ୍କ ପେନସନ୍ ବଢାଇବା ଉଚିତ୍ ।

ସେ କହିଛନ୍ତି ଯେ, ପ୍ରଚଳିତ ବଜାର ମୂଲ୍ୟରେ ମିଳୁଥିବା ଭତ୍ତା ଅନ୍ୟ ରାଜ୍ୟ ତୁଳନାରେ କମ୍ । ନେତା ଦିନ ରାତି କାମ କରି କଷ୍ଟ ପାଉଛ୍ତି । ଜଣେ ବିଧାୟକଙ୍କର ୪ରୁ ୫ ରୋଗ ଥିବ । ସୁଗାରଠାରୁ ଆରମ୍ଭ କରି ସେମାନେ କିଡନୀ ରୋଗରେ ମଧ୍ୟ ପୀଡିତ । କିନ୍ତୁ ଏପରି ପରିସ୍ଥିତିରେ ତାଙ୍କୁ ମାତ୍ର ୨ ହଜାର ଟଙ୍କା ଭତ୍ତା ମିଳୁଛି । ଏହାସହ ବହୁ ପୂର୍ବତନ ବିଧାୟକ ଅଛନ୍ତି ଯେଉଁମାନେ କି କେବଳ ୩୦ ହଜାର ଟଙ୍କା ପେନସନ୍ ପାଉଛନ୍ତି । ଯେତେବେଳେ କି ସେମାନଙ୍କୁ ୨ରୁ ୩ ଲକ୍ଷ ଦରକାର । ଖାଲି ନିର୍ବାଚନମଣ୍ଡଳୀ ଗଲେ ୧୫ ହଜାର ତେଲ ପୋଡୁଛି ବୋଲି କହିବା ସହ, ପୂର୍ବତନ ବିଧାୟକଙ୍କ ପେନସନ୍ ଓ ବର୍ତ୍ତମାନ ବିଧାୟକଙ୍କ ଭତ୍ତା ବୃଦ୍ଧି କରିବାକୁ ସେ ଦାବି କରିଛନ୍ତି ।