କନକ ବ୍ୟୁରୋ: ସାରାଦେଶରେ ଯେତେବେଳେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା, ସେତେବେଳେ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, ରାଜନେତା ଓ ଯୁବକ ଏହାକୁ ବିରୋଧ କରିଥିଲେ। ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ। ଏଥିପାଇଁ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଜେଲ ଯିବାକୁ ପଡିଥିଲା। ହେଲେ, ଏଥିପାଇଁ ସେମାନଙ୍କୁ ସମ୍ମାନିତ କରିବାକୁ ଯୋଜନା କରୁଛନ୍ତି ମୋହନ ସରକାର।
- ଜରୁରୀକାଳୀନରେ ଜେଲ ଯାଇଥିବା ବ୍ୟକ୍ତିଙ୍କୁ ମିଳିବ ପେନସନ
- ଖୁବଶୀଘ୍ର କ୍ୟାବିନେଟରେ ବାଜିପାରେ ମୋହର
- ଜାନୁୟାରୀ ୨୬ରେ ହୋଇପାରେ ବଡ ଘୋଷଣା
୧୯୭୫, ଜରୁରୀକାଳିନ ପରିସ୍ଥିତିକୁ ସାରା ଦେଶରେ କଳା ଦିବସ ଭାବେ ପାଳନ କରୁଛି ବିଜେପି । କିନ୍ତୁ ଜେଲ ଯାଇଥିବା ଅନ୍ତେବାସୀଙ୍କୁ ଯୋଦ୍ଧା ବୋଲି କହୁଛି ବିଜେପି । ଯେଉଁଠି ବିଜେପି ସରକାର ଅଛି, ସେଇଠି ଜରୁରୀକାଳୀନ ସମୟରେ ଜେଲ ଯାଇଥିବା ବ୍ୟକ୍ତି ବିଶେଷଙ୍କୁ ସ୍ୱତନ୍ତ୍ର ସମ୍ମାନ ଦିଆଯାଉଛି । ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ଓଡିଶାରେ ମଧ୍ୟ ଏଜରଜେନ୍ସିରେ ଜେଲ ଯାଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ମୋହନ ସରକାର । ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ସଂଗ୍ରାମୀ ଓ ତାଙ୍କ ପରିବାରକୁ ଯେମିତି ସମ୍ମାନ ମିଳୁଛି, ଠିକ ସେହିଭିଳି ଏମରଜେନ୍ସି ଲିର୍ଡରମାନଙ୍କୁ ସମ୍ମାନିତ କରୁଛି।
ଜରୁରୀକାଳୀନରେ ଜେଲ ଯାଇଥିବା ବ୍ୟକ୍ତିଙ୍କୁ ମିଳିବ ପେନସନ
- ୪୯ ବର୍ଷ ପୂର୍ବେ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ଜେଲ ଯାଇଥିବା ବ୍ୟକ୍ତିଙ୍କ ଡାଟା ବେଶ ପ୍ରସ୍ତୁତ କରୁଛି ଗୃହ ବିଭାଗ
- ଯେଉଁମାନେ ବନ୍ଦୀ ହୋଇଥିଲେ ସେମାନଙ୍କୁ ମାସିକ ୨୦ ହଜାର ଟଙ୍କା ପ୍ରଦାନ କରାଯାଇପାରେ
- ପ୍ରାୟ ୩୦୦ ରୁ ୪୦୦ ଜେଲ ବନ୍ଦୀଙ୍କ ତାଲିକା ପ୍ରସ୍ତୁତ କରାଯାଛି
- ଖୁବଶୀଘ୍ର ଏ ସଂକ୍ରାନ୍ତରେ କ୍ୟାବିନେଟ ମୋହର ବାଜିପାରେ
- ଯେଉଁ ବନ୍ଦୀମାନେ ମୃତ୍ୟୁବରଣ କରିଛନ୍ତି, ସେମାନଙ୍କୁ ଚିହ୍ନଟ କରି ତାଙ୍କ ପରିବାରକୁ ସହାୟତା ପ୍ରଦାନ କରାଯିବ
ସେତେବେଳେ ଅଣ କଂଗ୍ରେସ ନେତା ହିସାବରେ ଜେଲ ବନ୍ଦୀ ହୋଇଥିବା କିଛି ନେତା ଓ ବିଧାୟକ ଅଛନ୍ତି ଆଉ କିଛି ସକ୍ରିୟ ରାଜନୀତିରେ ମଧ୍ୟ ଅଛନ୍ତି । ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ, ବିଜେଡି ବିଧାୟକ ରାଜା ସ୍ୱାଇଁ, ପୂର୍ବତନ ବିଧାୟକ ଅମର ଶତପଥୀ, ପଞ୍ଚାନନ କାନୁନଗୋ, ପୂର୍ବତନ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ, ଶ୍ରୀକାନ୍ତ ଜେନା ଓ ବ୍ରଜ ତ୍ରୀପାଠୀ ଭଳି ଅନେକ ନେତା ଜେଲ ଯାଇଥିଲେ । ତେଣୁ ଏହି ନେତାଙ୍କୁ ମଧ୍ୟ ସମ୍ମାନିତ କରିବେ ମୋହନ ସରକାର ।
ଜରୁରୀକାଳିନ ବନ୍ଦୀଙ୍କୁ ସରକାରୀ ସମ୍ମାନ ଦେବା ପାଇଁ ପୂର୍ବର ଅନେକ ବାର ଦାବି ହୋଇଛି । ଏପରିକି ଅନେକ ନେତା ବିଧାନସଭାରେ ଏହାକୁ ମଧ୍ୟ ଉଠାଇଛନ୍ତି । ହେଲେ, ନୂଆ ସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଜାନୁୟାରୀ ୨୬ ରେ ଏ ସଂକ୍ରାନ୍ତରେ ବଡ ଘୋଷଣା କରିପାରନ୍ତି ।