କନକ ବ୍ୟୁରୋ, ପାକିସ୍ତାନ ପଟ ଗୁଳିମାଡ଼ରେ ଅସ୍ତବ୍ୟସ୍ତ ହୋଇପଡିଥିଲା ଜମ୍ମୁକାଶ୍ମୀର । ସୀମାବର୍ତ୍ତୀ ଅଞ୍ଚଳ ନାହିଁନଥିବା କ୍ଷତି ସହିଛନ୍ତି ଓ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଧନ ଜୀବନ ହାନି ସହ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । କିଛି ଦିନ ହେବ ଠପ ହୋଇପଡିଛି ରାଜଧାନୀ ଶ୍ରୀନଗର ସମେତ ଅଧିକାଂଶ ସହର । ତେବେ ଯୁଦ୍ଧ ବିରାମ ପରେ ସଳଖ ହେଉଛି ସହର । କ୍ରମଣ ସ୍ବାଭାବିକ ହୋଇଛି ଜନଜବୀନ । ଲୋକମାନେ ଘରୁ ବାହାରୁଛନ୍ତି । ତେବେ ସ୍ଥିତି ଏବେ ମଧ୍ୟ ପୂରାପୂରି ସ୍ବାଭାବିକ ହୋଇନି ଯାହା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । କିଛି ସ୍ଥାନରେ ଦୋକାନ ବଜାର ଖୋଲାଯାଇଥିବେଳେ କିଛି ଖୋଲାଯାଇଛି ।
ଖୋଲିଲା ସ୍କୁଲ, କଲେଜ
ପାକିସ୍ତାନର ଗୁଳିମାଡ କାରଣରୁ ରାଜସ୍ଥାନ ଓ ପଞ୍ଜାବରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଲୋକମାନେ ଭୟଭୀତ ହେବା ସହ ବିଭିନ୍ନ ସହରକୁ ବ୍ଲାକଆଉଟ ରଖାଯାଉଥିଲା । ତେବେ ଯୁଦ୍ଧ ବିରାମ ପରେ ସ୍ବାଭାବିକ ହେଉଛି ସାଧାରଣ ଜୀବନ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ରବିବାର-ସୋମବାର ରାତିରେ ଜମ୍ମୁ କଶ୍ମୀର ଏବଂ ନିୟନ୍ତ୍ରଣ ରେଖା ସଂଲଗ୍ନ ଅନ୍ୟାନ୍ୟ ଅଞ୍ଚଳରେ ପ୍ରାୟତଃ ଶାନ୍ତିପୂର୍ଣ୍ଣ ରହିଥିଲା । କୌଣସି ଅପ୍ରୀତିକର ଘଟଣାର ଖବର ଆସି ନାହିଁ । ପାକିସ୍ତାନ ଓ ଭାରତ ମଧ୍ୟରେ ମେ’ ୧୦ ତାରିଖ ଏକ ଅସ୍ତ୍ରବିରତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଯାହା ପରେ ଉଭୟ ଦେଶ ଶାନ୍ତି ବଜାୟ ରଖିବାକୁ ନିଷ୍ପତ୍ତି ନେଇଥିଲେ ।