ପାଟ୍ରୋଲିଂ ବେଳେ ପିସିଆରକୁ ଚାପିଦେଲା ହାଇୱା : ୨ ପୁଲିସ ମୃତ

ଆଜି ସକାଳୁ ପୁଣି ଘଟିଛି ଆଉ ଏକ ଦୁର୍ଘଟଣା । କିନ୍ତୁ ଦୁର୍ଘଟଣାରେ ଆଖି ବୁଜିଛନ୍ତି ପୁଲିସ କର୍ମୀ । ବିଳମ୍ବିତ ରାତିରେ କଟକ ପାରାଦୀପ ରୋଡ୍‌ ଗତିରାଉତପାଟଣାରେ ପିସିଆର ଗାଡ଼ିକୁ ଧକ୍କା ଦେଇଛି ହାଇୱା ।

ଅଦ୍ୟତନ ହୋଇଛି
Accident PCR

Accident PCR Photograph: (Kanak News)

କନକ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁର୍ଘଟଣା । ବେପରୁଆ ଗାଡ଼ି ଚାଳନ ଯୋଗୁଁ ଚାଲିଗଲାଣି ଅନେକଙ୍କ ଜୀବନ । ଆଜି ସକାଳୁ ପୁଣି ଘଟିଛି ଆଉ ଏକ ଦୁର୍ଘଟଣା । କିନ୍ତୁ ଦୁର୍ଘଟଣାରେ ଆଖି ବୁଜିଛନ୍ତି ପୁଲିସ କର୍ମୀ । ବିଳମ୍ବିତ ରାତିରେ କଟକ ପାରାଦୀପ ରୋଡ୍‌ ଗତିରାଉତପାଟଣାରେ ପିସିଆର ଗାଡ଼ିକୁ ଧକ୍କା ଦେଇଛି ହାଇୱା । ପୁଲିସ ଭ୍ୟାନକୁ ଧକ୍କା ଦେବା ଫଳରେ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ଚାଲିଯାଇଛି ଜୀବନ ଏବଂ ଜଣେ ଗୁରୁତର ମେଡିକାଲରେ ହୋଇଛନ୍ତି ଭର୍ତ୍ତି । ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଗୁରୁତରଙ୍କ ଚାଲିଛି ଚିକିତ୍ସା । ସିଆରଆର ଥାନା ପିସିଆର ପାଟ୍ରୋଲିଂ ବେଳେ ଘଟିଛି ଏହି ଦୁର୍ଘଟଣା । ଏହି ଘଟଣାରେ ହାଇୱା ଚାଳକକୁ ଅଟକ ରଖାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe