କନକ ବ୍ୟୁରୋ: ବିଧାନସଭା ବାହାରେ ଗତକାଲିଠୁ ଧାରଣା ଦେଇଥିବା କଂଗ୍ରେସ ବିଧାୟକଙ୍କ ସହ ଧାରଣାରେ  ବସିଲେ ପିସିସି ସଭାପତି ଭକ୍ତ ଦାସ ଓ ରାଜ୍ୟ ପ୍ରଭାରୀ ଅଜୟ ଲଲୁ । ଦୁହେଁ ସରକାରଙ୍କୁ ଘୋର ନିନ୍ଦା କରିବା ସହ ରାଜ୍ୟ ରାଜନୀତିରେ ମହାଭାରତ ଆରମ୍ଭ ହୋଇଯାଇଛ ବୋଲି କହିଛନ୍ତି ପ୍ରଭାରୀ ଅଜୟ ଲଲୁ।

Advertisment

ରାଜ୍ୟ କଂଗ୍ରେସ ପ୍ରଭାରୀ କହିଛନ୍ତି, ଇତିହାସ ପୃଷ୍ଠାରେ ଏହି ଦିନ କଳା ଦିନ । ସରକାର ବିରୋଧୀଙ୍କୁ ଦମନ କରୁଛି , ମହିଳାଙ୍କ ସ୍ବରକୁ ଚପାଉଛି । ମହିଳାଙ୍କ ସହ ଅପରାଧ କରୁଥିବାବାଲାଙ୍କ ସମର୍ଥନରେ ଛିଡା ହୋଇଛି ଦୁଷ୍କର୍ମ ଅଭିଯୁକ୍ତଙ୍କ ସହ ଛିଡା ହୋଇଛି । ଭାରତୀୟ ଜନତା ପାର୍ଟିର ଚରିତ୍ର ସମସ୍ତଙ୍କୁ ଜଳ ଜଳ ହୋଇ ଦେଖାଯାଉଛି। ଆଉ ଏହାକୁ ବିରୋଧ କରୁଥିବାରୁ କଂଗ୍ରେସ ବିଧାୟକଙ୍କ ସହ ଯେଉଁଭଳି ବ୍ୟବହାର କରାଯାଇଛି , ତାହା ଇତିହାସର କଳାପୃଷ୍ଠାରେ ଲେଖାହୋଇ ରହିଲା। ବିଜେପିର ତ ଏହା ପ୍ରକୃତ ଚରିତ୍ର । ଦଳ ଏବେ ଓଡିଶାର ଅସ୍ମିତା , ସମ୍ମାନ ସହ ଖେଳୁଛି ହେଲେ କଂଗ୍ରେସ ଚୁପ୍ ରହିବନି । ଆମେ ଦୃଢତାର ସହ ଲଢିବୁ । ସରକାରଙ୍କୁ ମହିଳା ସୂରକ୍ଷା ନେଇ ଜବାବ ଦେବାକୁ ପଡିବ ।